

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାମ୍ପରା ହ୍ରଦ । ଛତ୍ରପୁରଠାରୁ ଦୁଇ କିଲୋମିଟର ଦୂରରେ ଥିବା ତାମ୍ପରା ହ୍ରଦର ପାରିପାଶ୍ୱିକର ବିକାଶ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରାଯାଇଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ତଥା ବିସ୍ତିର୍ଣ୍ଣ ଜଳରାଶି ତାମ୍ପରା ହ୍ରଦ ଅଞ୍ଚଳରେ ୧ କି.ମି ଚଳାପଥ ଏବଂ ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଛି । ଶୌଚାଳୟ, ଫୁଡପୋର୍ଟ ଓ ବୋଟିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତାମ୍ପରା ଲେକ୍ ଭିଉ ଫ୍ରଂଟର ସୌନ୍ଦର୍ଯ୍ୟକରଣ ହାତକୁ ନିଆଯାଇଛି । ଆଜି ପରୀକ୍ଷାମୂଳକ ଭାବେ ଏହି ତାମ୍ପରା ହ୍ରଦ ଖୋଲାଯାଇଥିବାରୁ ଏହାକୁ ତଦାରଖ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ ବୁଲି ବିଭିନ୍ନ ସୌନ୍ଦର୍ଯ୍ୟକରଣର ଅନୁଧ୍ୟାନ କରିବା ସହ ଖୋଦ୍ ଗଞ୍ଜାମ ଜିଲ୍ଲାପାଳ କ୍ୟାମେରାର ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା ।








