

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବର୍ତ୍ତମାନ ମୋଟର ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି । ସେ ପ୍ରଥମେ ସାହି ସାହି ଚାଲି ଚାଲି ବୁଲି ସଚେତନତା ସୃଷ୍ଟି କରୁଥିଲେ । ତାପରେ କିଛି ଦିନ ପୂର୍ବରୁ ସାଇକଲରେ ବୁଲି ବୁଲି ସଚେତନତା ସୃଷ୍ଟି କରିଥିଲେ । ବର୍ତ୍ତମାନ ସକାଳୁ ସକାଳୁ ଏକ ମୋଟର ସାଇକେଲରେ ବୁଲି ଛତ୍ରପୁର ସହରକୁ ପ୍ଲାଶଟିକ ଓ ପଲିଥିନ ବ୍ୟବହାର ନ କରିବା ପାଇଁ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଆଜି ବୁଲେଟରେ ଆସି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ସହ ଛତ୍ରପୁର ଏନଏସିର କର୍ମଚାରୀମାନେ ମଧ୍ୟ ପରିମଳ ବ୍ୟବସ୍ଥା ତଦାରଖ କରିବା ନିମନ୍ତେ ବାହାରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଛତ୍ରପୁର ସହରକୁ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା ମୁକ୍ତ କରିବା ପାଇଁ ବର୍ତ୍ତମାନ ଜିଲ୍ଲାପାଳ ପ୍ରତିଶୃତିବଦ୍ଧ ହୋଇଥିବା ଜଣାପଡିଛି । ଏପରିକି ରାତିରେ ମଧ୍ୟ ଜିଲ୍ଲାପାଳ ବୁଲେଟରେ ବୁଲୁଥିବା ଦେଖିବାକୁ ମିଳିଛି । ରାତି ପ୍ରାୟ ନଅଟା ସମୟରେ ନିଜ ବାସଭବନରୁ ବୁଲେଟରେ ବାହାରି ପ୍ରଥମେ ଉପର ବସଷ୍ଟାଣ୍ଡ ଠାରୁ ମଝି ବଜାର ରିକାପୁଲି ଦେଇ ଚଣ୍ଡୀ ମନ୍ଦିର ଛକ ନିକଟରେ ଏକ ବ୍ୟବସାୟକୁ ପଲିଥିନି ବ୍ୟବହାର କରୁଥିବାରୁ ଜୋରିମାନା ଦେବାକୁ କରିଥିଲେ । ଏହାସହ ନିଜ ଘରକୁ ସଫେଇ କରି ଦୋକାନ ବଜାରକୁ ସଫା ରଖିବା ନିମନ୍ତେ ଅବଗତ କରାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

