

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଆର୍ଯ୍ୟଭଟ ଫାଉଣ୍ଡେସନ’ ତରଫରୁ ପଲିଥିନ ବର୍ଜନ କରିବା ପାଇଁ ନିବେଦନ କରି ସଚେତନତା ରାଲି ଓ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ସମେତ ପୁରୀସହର, ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସଚେତନତା ସଭା କରି ପଲିଥିନର ବ୍ୟବହାରକୁ ବର୍ଜନ କରିବା ସହ ବୃକ୍ଷରୋପଣର ବହୁଳ ଆବଶ୍ୟକତା ଏବଂ ଜଳ ସଂରକ୍ଷଣ ଦ୍ୱାରା ସମାଜର ସାମୁହିକ ବିକାଶ ପାଇଁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି । ଭୁବନେଶ୍ୱରର ଉତ୍ତର ଛକ, ପିପିଲି ବଜାର ଛକ ଏବଂ ପୁରୀ ବଡ ଦାଣ୍ଡରେ ବିଭିନ୍ନ ସ୍ଥାନରେ ଏଭଳି ସଭାମାନ ଆୟୋଜନ କରାଯାଇଥିଲା । ଲୋକମାନଙ୍କ ଭିତରେ ଏହି ବାର୍ତ୍ତା ଆଦରର ସହ ଗ୍ରହଣ କରାଯାଇଥିବା ଲକ୍ଷ କରାଯାଇଥିଲା । ଏଥିରେ ଆର୍ଯ୍ୟଭଟ୍ଟ ପରଚାଳକ ସୁଧୀର କୁମାର ରାଉତ, ବରିଷ୍ଠ ସାମାଜିକ କର୍ମୀ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ରାମ ସୁରେଶ, ବାସୁଦେବ ସାହୁକାର, ଅଞ୍ଜଳି ମହାନ୍ତି, ସବିତା ସାହୁକାର, ପ୍ରମୋଦ ମହାରଣା, ଭିଷ୍ମଚାର୍ଯ୍ୟ ଚୌଧୁରୀ, ସାସନ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ଉନ୍ମୋଚକ ସମ୍ପାଦକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

