ପଶ୍ଚିମବଂଗର ଚୋରା ଓ ନିମ୍ନ ମାନର ଦ୍ରବ୍ୟ ରାଇବଣିଆରେ ବିକ୍ରୀ-ତାତିଲେ ଅଧିବାସୀ : ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧୁସିତ ରାଇବଣିଆ ଥାନା ଅଂଚଳକୁ ଦୁଇପଟେ ଘେରି ରହିଛି ପଶ୍ଚିମବଂଗ ସୀମା । ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପଶ୍ଚିମବଂଗର ବିଭିନ୍ନ ଦ୍ରବ୍ୟ ଏବଂ କେତେକ ନିମ୍ନ ମାନର ଜିନିଷ ରାଇବଣିଆରେ ବିକ୍ରୟ ହେଉଥିବା ତଥା ଏଥିଲାଗି କୌଣସି ରସିଦ୍ ଦିଆଯାଉନଥିବାକୁ ବିରୋଧ କରି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଇବଣିଆକୁ ଲାଗି ରହିଛି ଦାନ୍ତୁନ ଓ ନୟାଗ୍ରାମ ଥାନା ଅଂଚଳ । ପଶ୍ଚିମବଂଗ ଓ ଓଡିଶା ଉପାନ୍ତ ଅଂଚଳରେ ସୁବର୍ଣ୍ଣରେଖା ୧୬କି.ମି. ଗତି କରିଥିବା ବେଳେ କେତେକ ମୁନାଫାଖୋର ଓ ଅନ୍ୟକେତେକ ରାକେଟ କେତେକ ଚୋରା ଓ ନିମ୍ନମାନର ଦ୍ରବ୍ୟ ପଶ୍ଚିମ ବଂଗରୁ ଆଣି ସେ ଅଂଚଳରେ ଅଧିକ ମୂଲ୍ୟରେ ବିକ୍ରି କରି ଆସୁଛି । ବିଭିନ୍ନ ଖାଲଟି ଦ୍ରବ୍ୟ, ସାର, କୀଟନାଶକ, ସିମେଣ୍ଟ, ରଡ୍, ତେଜରାତି ଜିନିଷପତ୍ର ଇତ୍ୟାଦି ପଶ୍ଚିମବଂଗରୁ ଆଣି ରାଇବଣିଆର ହାତୀଗଡ ଓ ଅନ୍ୟ କେତେକ ସ୍ଥାନରେ ବିକ୍ରୟ ହୋଇ ଆସୁଛି । ଏହି ବିକ୍ରବେଳେ ବିକ୍ରିକର ଓ ଜିଏସ୍ଟି ଟିକସକୁ ଫାଙ୍କି ଦେଇ ଆସୁଥିବାର ମଧ୍ୟ ଅଭିଯୋଗ ହୋଇଛି । ଆଜି ହାତୀଗଡର ମା ଶୀତଳା ଭଂଣ୍ଡାରରୁ ରାଇବଣିଆ ଅଂଚଳର କେତେକ ବ୍ୟକ୍ତି ବହୁ ଟଙ୍କାର ସାମଗ୍ରୀ କିଣିଥିବା ବେଳେ ସେମାନଙ୍କୁ କୌଣସି ରସିଦ୍ ବା ଭାଇଚର ଦେଉନଥିବାର ଅଭିଯୋଗ କରି ଆଜି ଜଳେଶ୍ୱର ଡାକବଂଗଳ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଏସ୍ଟି ଓ ବିକ୍ରୀକରଭଳି ରାଜସ୍ୱ ସରକାରୀ ତହବିଲକୁ ଯାଉନଥିବା ଅଭିଯୋଗ କରି ସେମାନେ ଗଣମାଧ୍ୟମ ଜରିଆରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସରପଂଚ ଗିରିଜା ଶଂକର ସାସମଲା, ଶରତ କୁମାର ସାସମଲ, ସଂଜୀବ କୁମାର ପାଳ, ମେଘାନନ୍ଦ ମହନ୍ତି, ଚନ୍ଦନ କୁମାର ଦେ, ବିକାଶ ପାତ୍ର, ଚନ୍ଦନ ମଲ୍ଲିକ, ଲକ୍ଷ୍ମୀଧର ମହାକୁଡ, ରଜତ୍ କୁମାର ଦାସ, ଗିରିଶ ଚନ୍ଦ୍ର ମାରାଣ୍ଡି, ଅହିନୀ ପାତ୍ର, ଗଦାଧର ମହାନ୍ତ, ରାକେଶ ମଲ୍ଲିକ, ରବୀନ୍ଦ୍ର ସେଠୀ, ଗଦାଧର ମାରାଣ୍ଡି ଓ ରାଧାରଂଜନ ଦାସ ପ୍ରମୁଖ ବହୁ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସମସ୍ୟାସ ସମାଧାନ ଲାଗି ଜିଲାପାଳ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା