ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗରୁ ଓଡିଶାକୁ ପଶ୍ଚିମବଂଗ ମାର୍କା ବହୁ ଦେଶୀ ଓ ବିଦେଶୀ ମଦ ଚାଲାଣ ହୋଇ ଆସୁଥିବା ବେଳେ ଜିଲା ଅବକାରୀ ଏସ୍ପତ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ସଦର ରେଞ୍ଜ ଇନିସ୍ପେକ୍ଟର ପ୍ରବିଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ୧୮ଜଣିଆ ଟିମ୍ ଜଳେଶ୍ୱର ଥାନାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ମଦ ଜବତ୍ କରିବାରେ ସକ୍ଷମ ହୋଇଛନ୍ତି । ଆରୁହା ପଂଚାୟତର ନିମପୁର, ଚକଅର୍ଜ୍ଜୁନୀ, ଶାଳିକୋଠା, ସୁଗୋ ଓ କମର୍ଦ୍ଦା ଥାନା ଅନ୍ତର୍ଗତ ବାଉଁଶଡିଆଠାରେ ଚଢାଉ କରାଯାଇ ୧୮୦ଏମ୍ଏଲ ୧୫୦ ବୋତଲ ୬୫୦ଏମ୍ଏଲର ୨୪ଟି ବିଅର୍ ବୋତଲ ଓ ୭୦ଲିଟର ପଶ୍ଚିମବଂଗ ମାର୍କା ଜବତ୍ କରାଯାଇଛି । ଶାଳିକୋଠା ଗାଁର ଗଶେଷ ସିଂକୁ ଗିରଫ କରାଯିବା ସହିତ ମାମଲା ୭୫/୨୦, ନିମପୁର ଗାଁର ଛବିରାଣୀ ହେମ୍ବମ ମାମଲା ନଂ ୭୬/୨୦, ସୁଗୋର ଦିଲ୍ଲିପ କରିଡା କେସ୍ ନଂ ୭୭/୨୦, ବାଉଁଶଡିହା ଗାଁର ଦୀନବନ୍ଧୁ ଜେନା କେସ୍ ନଂ ୩୦/୨୦ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଥାନା ସବ୍ଇନିସ୍ପେକ୍ଟର ହରପ୍ରସାଦ ରଣା, ଅର୍ଜୁନ ମଲ୍ଲିକ, ଅମ୍ପା ମାରାଣ୍ଡି, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, ବ୍ରଜମୋହନ ମଲ୍ଲିକଙ୍କ ବ୍ୟତିତ ରାମଚନ୍ଦ୍ର ମହାନ୍ତି, ପ୍ରଭାସ ମହାନ୍ତି, ବାବାଜି ପଣ୍ଡିତ, ମିନତୀ ଜେନା, ମିନତି ପରିଡା, କୁମୁଦିନି ସୋ, ମଂଗଳ ସିଂ, ଶଶି ସାହୁ, ସୃଷ୍ଟିଧର ଦେହୁରୀ, ସୁରେନ୍ଦ୍ର ବେହେରା, ସନ୍ତୋଷ ବେହେରା, ବାପି ବେହେରା ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା