ପଶ୍ଚିମବଙ୍ଗ ଓ ପୂର୍ବତନ ରେଳବାଇରେ ପାସେଞ୍ଜର ଚଳାଚଳ : ଉତ୍ତର ଓଡିଶାକୁ ଉପେକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୧୮ମାସ ଧରି କୋଭିଡ୍‌-୧୯ର ସଂକ୍ରମଣକୁ ଲକ୍ଷ୍ୟ କରି ତାଲାବନ୍ଦ ସମୟରେ ଭାରତୀୟ ରେଳବାଇ ସମସ୍ତ ପାସେଞ୍ଜର ଟ୍ରେନ୍‌କୁ ବାତିଲ କରିଥିଲା । ଅଦ୍ୟାବଧି କେତେକ ସ୍ୱତନ୍ତ୍ର ରେଳ ଚଳାଚଳ କରିଥିବା ବେଳେ ପଶ୍ଚିମବଙ୍ଗର ସମସ୍ତ ରେଳଡିଭିଜନ୍ ଏପରିକି ଓଡିଶାରେ ଥିବା ପୂର୍ବତଟ ରେଳବାଇରେ ପାସେଞ୍ଜର ରେଳ ଚଳାଚଳ ଆରମ୍ଭ କରିଛି । କିନ୍ତୁ ଖଡଗପୁର ଡିଭିଜନ ଅନ୍ତର୍ଗତ ଖଡଗପୁରର ଭଦ୍ରକ, ରୂପ୍‌ସାରୁ ବାଙ୍ଗିରିପୋଷି ପାସେଞ୍ଜର ଟ୍ରେନ୍ ଚଳାଚଳ କରୁନଥିବାରୁ ଅସନ୍ତୋଷ ବଢି ଚାଲିଛି । ଗତ ୨୦୨୦ ଏପ୍ରିଲ ମାସଠାରୁ କରୋନା ସଂକ୍ରମଣ ଆଳରେ ରେଳ ଯାତାୟାତ ବନ୍ଦ ରଖାଯାଇଥିଲା । କିନ୍ତୁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ରେଳ ଚଳାଚଳ ଆରମ୍ଭ କରିଥିଲା ଓ ଟିକଟର ମୂଲ୍ୟ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିଲା । କିନ୍ତୁ ଏବେ ସଂକ୍ରମଣ-କଟକଣା କୋହଳ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଦକ୍ଷିଣପୂର୍ବ ରେଳପଥର ହାଓଡା ଓ ଖଡଗପୁର ସହିତ ଅନ୍ୟ ସମସ୍ତ ଡିଭିଜନ୍‌ର ନିତିଗତଭାବେ ପୂର୍ବରେଳଭଡାରେ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । କିନ୍ତୁ ଖଡଗପୁର ଡିଭିଜନ ଅନ୍ତର୍ଗତ ଓଡିଶାର ଭଦ୍ରଖରୁ ଲକ୍ଷ୍ମଣନାଥ ଓ ଖଡଗପୁର ପର୍ଯ୍ୟନ୍ତ ଆଦୌ ପାସେଞ୍ଜର ଟ୍ରେନ ଚଳାଚଳ କରୁନଥିବା ବେଳେ ବହୁ ଦାବି, ଆନ୍ଦୋଳନ ଏପରିକି ଉତ୍ତକର୍ମକର୍ତ୍ତାଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବାରୁ କେବଳ ଗୋଟିଏ ପାସେଞ୍ଜର ଟ୍ରେନ ଖଡଗପୁରରୁ ଭଦ୍ରକ ଯାତାୟାତ କରୁଛି । ଏହି ରାସ୍ତାରେ ଖଡଗପୁର-ବାଲେଶ୍ୱର, ଭଦ୍ରକ-ହାଓଡା, ଯାଜପୁରରୋଡ-ଖଡଗପୁର, ଜଳେଶ୍ୱର-ହାଓଡା, ଖଡଗପୁର-ଭୂବନେଶ୍ୱର, ହାଓଡା-ପୁରୀ ପାସେଞ୍ଜର ଓ ରୂପସା-ବାଙ୍ଗିରିପୋଷି ପୂର୍ବରୁ ଚାଲୁଥିଲେ ମଧ୍ୟ ତାଲା ଖୋଲା ପରେ ଚଳାଚଳ କରୁନାହିଁ । ଫଳରେ ସମଗ୍ର ଉତ୍ତର ଓଡିଶାରେ ଅସନ୍ତୋଷ କୁହୁଳୁଛି । ପ୍ରକାଶଯୋଗ୍ୟ ଓଡିଶାର ଭୂବନେଶ୍ୱରରେ ଥିବା ପୂର୍ବତଟ ରେଳବାଇରେ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ଉତ୍ତର ଓଡିଶା ପ୍ରତି ରେଳବାଇର କହିଁକି ବୈମାତୃକ ମନଭାବ ରହିଛି ତାହା ଜଣାପଡୁନାହିଁ । ବହୁ ନେତୃସ୍ଥାନୀୟ, ବୁଦ୍ଦିଜିବୀ, ଶିକ୍ଷୀତ ବ୍ୟ୍‌କ୍ତି ବାଳେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ସାଂସଦ ଇଂ ରବିନ୍ଦ୍ର ଜେନା ଏପରିକି ବାଲେଶ୍ୱର ପୂର୍ବତନ ଜିଲାପାଳ ତଥା ଏବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ପାସେଞ୍ଜର ଟ୍ରେନ ଚଳାଚଳ ନ ହେଲେ ନଭେମ୍ବର ପ୍ରଥମ ସପ୍ତହରେ ଏକ ବଡଧରଣ ଆନ୍ଦୋଳନ ହେବାର ସୂଚନା ମିଳିଛି ।

ରିପୋର୍ଟ : ଭୂପତି ପରିଡା