ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମ ଓଡିଶାରେ କାର୍ଯ୍ୟରତ ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀମାନଙ୍କ ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି, କର୍ମଚାରୀଙ୍କ କାର୍ଯ୍ୟ ଦିବସ ବୃଦ୍ଧି ହୋଇଛି । ଏହାସହ ଆଜି କେନ୍ଦୁପତ୍ର ଉନ୍ନୟନ ବୋର୍ଡରେ ଶତକଡା ୧୦ ଭାଗ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତି ନେଇଥିବାରୁ ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଭାପତି ପ୍ରଭାତ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ଅନ୍ୟାନ୍ୟ ଦାବି ଗୁଡିକ ଯଥାଶୀଘ୍ର ପୂରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଭାପତି ପ୍ରଭାତ ମହାନ୍ତି ଆଶା ପ୍ରକଟ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ବିଜୟ ମାଲିଆ