
ଜଳେଶ୍ୱର (ସମୃଦ୍ଧ ଓଡିଶା) ପହଁରି ଜାଣିନଥିବାରୁ ବୁଧବାର ବିଳମ୍ବିତ ସମୟରେ ସ୍ନାନ କରୁଥିବା ବେଳେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନା ଅଧିନ ମାଗୁଣିଆ ଗାଁର ବାବୁଲି ପରିଡା (୪୫) ପାଣିରେ ବୁଡି ମରିଛନ୍ତି । ସେ ସ୍ନାନ କଲାବେଳେ ପୋଖରୀ ତୁଠରେ କେହି ନ ଥିବାରୁ ପରିବାର ଲୋକେ ଜାଣିପାରିନଥିଲେ । ଖୋଜାଖୋଜି ପରେ ଶବ ଉଦ୍ଧାର କରି ଥାନାକୁ ଖବର ଦେବାପରେ ୪/୨୦ମୁଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା