ପାଞ୍ଚଟି ଜିଲ୍ଲାର ୨୦୯ ପ୍ରବଶୀଙ୍କୁ ସ୍ୱାଗତ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ…

ରାୟଗଡା (ସମୃଦ୍ଧ ଓଡିଶା) ଦକ୍ଷିଣାଞ୍ଚଳ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ଗୁରୁବାର ଦିନ ସ୍ଵତନ୍ତ୍ର ଟ୍ରେନ ଯୋଗେ ରାୟଗଡା ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ଆଜି ସକାଳ ୮ଟା ସମୟରେ  ଓ ଅପରାହ୍ନ ୧ଘଣ୍ଟା ସମୟରେ ଆଉ ଏକ ଟ୍ରେନରେ ଏମାନେ ଆସି ରାୟଗଡରେ ପହଞ୍ଚିବା ପରେ ପ୍ରତେକଙ୍କୁ ସ୍କ୍ରିନିଂ କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ହାତରେ ଅଲିଭା କାଳି ଲଗାଯାଇ ଥିଲା । ଏହାପରେ ସ୍ୱତନ୍ତ୍ର ବସ୍ ଓ ଚାରି ଚକିଆ ଯାନ ଯୋଗେ ପ୍ରଶାସନ ତରଫରୁ ନିଜନିଜ ଜିଲ୍ଲାକୁ ପଠା ଯାଇଥିଲା । ତେବେ ଦକ୍ଷିଣ ଭାରତ ତାମିଲନାଡୁ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଗମ୍ଭୀର ସ୍ଥିତ ଧାରଣ କରିଥିବାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରତିଷେଧକ ପଦକ୍ଷେପ ସ୍ଵରୂପ ଷ୍ଟେସନ ପାଶ୍ୱର୍ସ୍ତ ଅଞ୍ଚଳ ଓ ସହରରେ ମୁଖ୍ୟ ପ୍ରବେଶ ପଥ ଗୁଡିକରେ ୧୪୪ଧାରା ଜାରି କରାଯାଇଥିଲା । ଉକ୍ତ ଟ୍ରେନ ଯୋଗେ ଆଜି ଗଜପତି ଜିଲ୍ଲାର ୨୯, ନବରଙ୍ଗପୁର ଜିଲ୍ଲାର ୭୦, କନ୍ଧମାଳ ଜିଲ୍ଲାର ୧୨, କୋରାପୁଟ ଜିଲ୍ଲାର ୪୧ ଓ ରାୟଗଡା ଜିଲ୍ଲାର ୫୭ ହୋଇଥିବାରୁ ସହରରେ ଏମାନଙ୍କ ଯିବା ରାସ୍ତାରେ ସମ୍ପୂର୍ଣ୍ଣ ରୂପେ ଗତକାଲି ମଧ୍ୟ ରାତ୍ରିରୁ ବନ୍ଦ କରାଯିବା ନେଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ୧୪୪ଧାରା ଲାଗୁ କରିଥିବା ସୂଚନା ଦେଇଛନ୍ତି । ବୁଧବାର ମଧ୍ୟରାତ୍ରିରୁ ରେଳ ଷ୍ଟେସନ ଓ ପାଶ୍ୱର୍ବର୍ତ୍ତୀ ରାସ୍ତା ପିତାମହଲ ଠାରୁ ଜେକେପୁର ରୋଡ, ରେଳ ଷ୍ଟେସନଠାରୁ ଜିଲ୍ଲା ମୁଖ୍ୟାଳୟ ରାସ୍ତା, ଜେଏସକୋ କଲୋନୀ ଏବଂ ନୂତନ ବସ ଷ୍ଟାଣ୍ଡ ଯାଏଁ ସମସ୍ତ ରାସ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବା ସହ ଉପରୋକ୍ତ ଅଞ୍ଚଳରେ ୧୪୪ଧାରା ଜାରି ହୋଇଛି । ଉକ୍ତ ଅଞ୍ଚଲରେ ଲୋକେ ଘରୁ ନବାହାରିବା ପାଇଁ କଟକଣା ଜାରି ହୋଇଛି । ଏହି ୧୪୪ ଧାରା ଆଜି ସନ୍ଧ୍ୟା ୭ଟା ଯାଏଁ ବଳବର୍ତ୍ତ ରହିଥିଲା । ତେବେ ପ୍ରବାସୀମନେ କରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିବାରୁ ସାଧାରଣ ଲୋକଙ୍କୁ  ସଂକ୍ରମଣଠୁ ରକ୍ଷା କରିବା ଉଦ୍ଧେଶ୍ୟରେ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ମିଳିଛି । 

ରିପୋର୍ଟ : ତୁଷାର ରଞ୍ଜନ ସାହୁ