ପାଞ୍ଚ ଦଫା ଦାବି ନେଇ ବିଧାନସଭା ଆଗରେ କମ୍ପ୍ୟୁଟର ଶିକ୍ଷକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା ) ଗଞ୍ଜାମ  ଜିଲ୍ଲା ଆଇସିଟି ବିଦ୍ୟାଳୟ ସଂଘ ପକ୍ଷରୁ ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ସରକାର ବିଭିନ୍ନ ପ୍ରତିଶ୍ରୁତି ପାଣିରେ ଗାର ସଦୃଶ୍ୟ ହୋଇଥିବାରୁ ଗଞ୍ଜାମ  ଜିଲ୍ଲାର ବିିଭନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ୨୬୦ କମ୍ପ୍ୟୁଟର ଶିକ୍ଷକଙ୍କ ସହ ରାଜ୍ୟର ୪୦୦୦ ଶିକ୍ଷକ ପାଂଚ ଦଫା ଦାବି ନେଇ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସ୍କୁଲ କୋର୍ଡ଼ିନେଟର ବଦଳରେ କମ୍ପ୍ୟୁଟର ଶିକ୍ଷକ ମାନ୍ୟତା ଦିଆଯାଉ, ସାରା ରାଜ୍ୟର ୮ ହଜାରରୁ ଉଦ୍ଧ୍ୱର୍ ବିଦ୍ୟାଳୟକୁ ଇ-ବିଦ୍ୟାଳୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଓଆରଭି ଆକ୍ଟରେ ସାମିଲ କରାଯାଉ, ଶିକ୍ଷାର୍ଥୀମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରାଯାଉ, କମ୍ପ୍ୟୁଟର ଶିକ୍ଷକର ମାନ୍ୟତା ପରେ ସରକାରୀ ରାଜିନାମା ପ୍ରକାଶ କରାଯାଉ ଏବଂ ରାଜ୍ୟ ସରକାର ଚୁକ୍ତିଭିତିକ ଶିକ୍ଷକର ମାନ୍ୟତା ପ୍ରଦାନ କରନ୍ତୁ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଆଇସିଟି ଇ-ବିଦ୍ୟାଳୟ ପ୍ରୋଜେକ୍ଟ ସରକାର ଘରୋଇ କମ୍ପାନୀ ହାତକୁ ନଦେଇ ସରକାର ନିଜେ ପରିଚାଳନା କରନ୍ତୁ ଏପରି ପାଂଚ ଦଫା ଦାବି ରହିଛି । ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏପରି ବିଧାନସଭା ଆଗରେ ଧାରଣାରେ ବସିବୁ ବୋଲି ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ କହିଛନ୍ତି । ଏହାସହ ରାଜ୍ୟ ସରକାର କୌଣସି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ବିଧାନସଭା ଆଗରୁ ଉଠିବେ ନାହିଁ ବୋଲି ନିଷ୍ପତି ନିଆଯାଇଛି । ଏଥିରେ ସଭାପତି ମଳୟଚାନ୍ଦ, ସମ୍ପାଦକ କାହ୍ନୁଚରଣ ଦାସ, ରାଜ୍ୟ ସଂଘର ସମ୍ପାଦକ ଦିଲ୍ଲୀପ ରାୟ, ସହସମ୍ପାଦକ ଭୈରବ ଚନ୍ଦ୍ର ଦାସ, ଉପାଧ୍ୟକ୍ଷ ହୃଷିକେଶ ମିଶ୍ର, ଶ୍ରୀକାନ୍ତ ପାତ୍ର, କାଳିପ୍ରସାଦ ରଥ, ରାଜେଶ ମୁଦୁଲି, ସରୋଜ ପାତ୍ର ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା