ପାଠାଗାରରେ ସୋରଡା ଏନ.ଏ.ସିର ସାଧାରଣ ବୈଠକ ଅନୁଷ୍ଠିତ

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲା ସୋରଡା ଏନ ଏ ସି ରେ ଦିନ କୁ ଦିନ ନୂଆ ନୂଆ ଘଟଣା ଦେଖିବାକୁ ମିଳିଛି। ସୋରଡା ଏନ ଏ ସି ରେ ଯେମିତି ନୀତି ନିୟମର ବୋଧେ ପାଳନ କରିବା ସମସ୍ତେ ଭୁଲିଗଲେଣି। ରାଜ୍ୟସରକାର ପବିତ୍ର ମହରମ ପାଇଁ ଛୁଟି ଘୋଷଣା କରିଥିବା ବେଳେ ସୋରଡା ଏନ ଏ ସି ତରଫରୁ ଅଷ୍ଟମ ସାଧାରଣ ବୈଠକ ର ଆୟୋଜନ କରାଗଲା। ସବୁଠାରୁ ବିଡମ୍ବନା ହେଲା ସୋରଡା ଏନ ଏ ସି ର ଏହି ବୈଠକ ଜଗନ୍ନାଥ ପାଠାଗାର ରେ ଆୟୋଜନ ହୋଇଛି ଯାହା କୁ ନେଇ ଏଠାକାର ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି। ଏଠାକାର ବୁଦ୍ଧିଜୀବୀ ଙ୍କ କହିବା କଥା ହେଲା ଜଗନ୍ନାଥ ପାଠାଗାର ଟି ବହୁତ ଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥା ରେ ରହିଥିବା ବେଳେ ସୋରଡା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରଚେଷ୍ଟା କ୍ରମେ ଏହାର ପୁନରୁଦ୍ଧାର କରାଗଲା। ନୂଆ ପାଠାଗାର କୁ ଦେଖି ସହର ବାସୀ ଖୁସି ମଧ୍ୟ ହୋଇଥିଲେ। ବୈଠକ ରେ ଉପସ୍ଥିତ ଶିକ୍ଷାବିତ ଶିବ ପ୍ରସାଦ ଅଧିକାରୀ ସମେତ ଉମା ଚରଣ ଦାସ ଓ ବରିଷ୍ଠ ନାଗରିକ ସମୂହ ନିଜର ବହୁ ମୂଲ୍ୟ ସମଯ ଏଠାରେ ଅତିବାହିତ କରିଥିବା କହିଥିଲେ। ନୂତନ ପାଠାଗାର କୁ ନେଇ ସୋରଡା ବାସି ଯେତିକି ଖୁସି ଥିଲେ ଏବେ ସେତିକି ଦୁଖ ପ୍ରକାଶ କରିଛନ୍ତି। ପାଠାଗାର ପରି ଏକ ମହତ୍ବପୂର୍ଣ୍ଣ ସ୍ଥାନ ରେ ଯେଉଁଠି ବୁଦ୍ଧିଜୀବୀ ସମେତ ବହୁ ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପୁସ୍ତକ ଅଧୟନ ପାଇଁ ଯାଇଥାନ୍ତି ସେହିପରି ସ୍ଥାନ ରେ ସୋରଡା ଏନ ଏ ସି ତରଫରୁ ଏଠାରେ ବୈଠକ ଆୟୋଜନ କରାଯାଉଛି। ଆଜି ସୋରଡା ଏନ ଏ ସି ର ସାଧାରଣ ବୈଠକ ଜଗନ୍ନାଥ ପାଠାଗାର ରେ ଆୟୋଜନ କରିବା ଦୁଖ ଦାୟକ ବୋଲି ଏଠାକାର ବୁଦ୍ଧିଜୀବୀ ମାନେ କହିଛନ୍ତି। ସୋରଡା ଜଗନ୍ନାଥ ପାଠାଗାର ୯୦ ବର୍ଷ ରୁ ଅଧିକ ପୁରୁଣା ସହ ବହୁ ପୁରୁଣା ସ୍ମୃତି ବହନ କରୁଛି। ସୋରଡା ଏନ ଏ ସି ରେ ବୈଠକ ପାଇଁ ଏକ ବୈଠକ ଗୃହ ରହିଥିବା ବେଳେ କାହିଁକି ପାଠାଗାର ରେ ବୈଠକ ଆୟୋଜନ କରାଯାଉଛି ବୋଲି ଏଠାକାର ଜନସାଧାରଣ ଅଭିଯୋଗ କରିଛନ୍ତି। କେବଳ ଯେ ଆଜି ର ବୈଠକ ନୁହଁ ପୂର୍ବ ରୁ ମଧ୍ୟ ଅନେକ ବୈଠକ ଏଠାରେ ଆୟୋଜନ କରା ହୋଇଥିବା ନଜର ରହିଛି । ଜିଲ୍ଲାପ୍ରଶାସନ ଏଥିପ୍ରତି ପଦକ୍ଷେପ ନେବା ସହ ସୋରଡା ଏନ ଏ ସି ପ୍ରଶାସନ କୁ ପାଠାଗାର ଓ ବୈଠକ ଗୃହ ରେ ତଫାତ ରଖିବା ପାଇଁ ପରାମର୍ଶ କରିଲେ ଜଗନ୍ନାଥ ପାଠାଗାର ର ସ୍ଵତନ୍ତ୍ରତା ରହିପାରିଥାନ୍ତା।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ