
ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ଭାମଶିଆଳି ଗ୍ରାମର ମୋଚିଆଣି ବିଷୋୟୀ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଗତକାଲି ଓଡିଶା ସରକାରଙ୍କ ତରଫରୁ ମୃତ୍ୟୁ ବରଣ କରିଥିବା ମୋଚିଆଣି ବିଷୋୟୀଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡା ତହସିଲ ଅଫିସଠାରେ ପ୍ରଦାନ କରାଯାଇଛି ।ଏଥିରେ ବୁଗୁଡା ବ୍ଲକ ଅଧ୍ୟକ୍ଷ, ତହସିଲଦାର, ନଗର ସଭାପତି ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା