ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଇଏଏସ୍ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ନିଯୁକ୍ତି ପାଇଲେ ପାଣ୍ଡିଆନ୍ । ୨୦୦୦ ବ୍ୟାଚ୍ର ଆଇଏସ୍ ଅଫିସର ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇବା ପରେ ୨୦୧୧ରୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ । ରାଜ୍ୟରେ ସୁଶାସନ ପାଇଁ ୫ ଟି କ୍ଷେତ୍ର ଯଥା ସାମୂହିକ ବା ସମ୍ମିଳିତ ପ୍ରୟାସଗତ କାର୍ଯ୍ୟ(ଟିମ୍ ୱାର୍କ), ସ୍ୱଚ୍ଛତା(ଟ୍ରାନ୍ସପାରେନ୍ସି), ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି), ରୂପାନ୍ତରଣ(ଟ୍ରାନ୍ସଫରମେସନ୍) ଏବଂ ସମୟ(ଟାଇମ୍)କୁ ଆଧାର କରି ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର
ଅତି ସୁନ୍ଦର ଏବଂ ସମୃଦ୍ଧଶୀଳ ଖବର ମାଧ୍ୟମ “ସମୃଦ୍ଧ ଓଡିଶା” ।ମୋର ଆଶା ,ଆଗାମୀ ଦିନରେ ଏହାର ସମସ୍ତ ଖବର ପାଠକଙ୍କ ହୃଦୟ ଛୁଇଁବ ।