
ବ୍ରହ୍ମପୁର/ପାତ୍ରପୁର (ସମୃଦ୍ଧ ଓଡିଶା) ପାତ୍ରପୁର ଗ୍ରାମରୁ ଉଦ୍ଧାର ହେଲା ୧୧ ଫୁଟର ଅହିରାଜ ସାପ । ଏହି ସାପ ପାତ୍ରପୁର ଗୋପାଳ ସାଗର ସାହି ହାଇସ୍କୁଲ ପଛ ପାର୍ଶ୍ୱରେ ରହିଥିଲା । ସାପକୁ ଦେଖି ଲୋକମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଥାନୀୟ ବନ ବିଭାଗକୁ ଜଣାଇଥିଲେ । ସମନ୍ତିଆପଲ୍ଲି ରେଞ୍ଜର ରଜତ ମିଶ୍ରଙ୍କ ନିର୍ଦେଶକ୍ରମେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ୧୧ ଫୁଟର ବିରାଟ କାୟ ଅହିରାଜକୁ ଉଦ୍ଧାର କରିଥିଲେ ବୋଲି ସୂଚନା ମିଳିଛି ।