
ପାତ୍ରପୁର (ସମୃଦ୍ଧ ଓଡିଶା) ପାତ୍ରପୁର ଚିିକିଟି ବ୍ଲକରେ ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦୟ ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିକିଟି ନିର୍ବାଚନ ମଣ୍ଡଳୀରେ ଧାନ, ପାଣି, ବିଜୁଳି, ଡ଼ାକ୍ତର, ଶିକ୍ଷକ ସହ ଅନେକ ପ୍ରକାର ସମସ୍ୟା ସମାଧାନ ହୋଇନାହିଁ କି କୌଣସି ପ୍ରକାର କାମ ହେଉନଥିବା ନେଇ ସରକାରଙ୍କ ଉପରେ ଗର୍ଜିଥିଲେ । ରାଜ୍ୟ ସରକାର ମହିଳା ସଶକ୍ତିକରଣର ଡ଼ିଣ୍ଡିମ ପିଟୁଛି କିନ୍ତୁ ଦାରିଙ୍ଗବାଡ଼ିର ନିର୍ଯ୍ୟାତିତାଙ୍କୁ ନ୍ୟାୟ ଦେଇ ପାରୁନାହାନ୍ତି ବୋଲି କହିଥିଲେ । ଏନେଇ ଚିକିଟି ନିର୍ବାଚନ ମଣ୍ଡଳୀ ଓ ଗଞ୍ଜାମର ବିଭିନ୍ନ ଗ୍ରାମର ବହୁ ମହିଳା ଓ ପୁରୁଷ ଜଗଦେଶ୍ୱର ଶିବ ମନ୍ଦିରରୁ ଏକ ପଦଯାତ୍ରା ବାହାରି ଦମକଳ କେନ୍ଦ୍ର ପାଖ ପଡ଼ିଆରେ ପହଞ୍ଚି ଏକ ସଭା ଅନୁଷ୍ଠିତ କରିଥିଲେ । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିଂ ପାତ୍ର, ରାଜ୍ୟ ସମ୍ପାଦକ ବିଭୂତି ଜେନା, ଚିକିଟି ନିର୍ବାଚନ ମଣ୍ଡଳୀର ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







