ପାବନୀ ସେବା ସମିତି ଦ୍ୱାରା ପ୍ରକାଶିତ ପୌରାଣିକ ବହି ଉନ୍ମୋଚନ କରୁଛନ୍ତି ରାଜ୍ୟପାଳ

ବିଜୟୱାଡା(ସମୃଦ୍ଧ ଓଡିଶା)ରାଜଭବନରେ ଅନୁଷ୍ଠିତ ଏକ ଅଣଆନୁଷ୍ଠାନିକ ଶିକ୍ଷକ ସମାବେଶରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶ୍ରୀ ପାବନୀ ସେବା ସମିତି ପକ୍ଷରୁ ପ୍ରକାଶିତ କିଛି ପୌରାଣିକ ବହି ଉନ୍ମୋଚନ କରି ଲେଖକ ଓ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ଶିକ୍ଷକ ସମାଜ ଓ ତାଙ୍କ ଭୂମିକାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏହି ବହିକୁ ଉଦ୍ୟକ୍ତ ମାନେ ମାଗଣାରେ ଛାତ୍ରମାନଙ୍କୁ ବଣ୍ଟନ କରୁଥିବା ଶୁଣି ରାଜ୍ୟପାଳ ଆହୁରି ଆନନ୍ଦିତ ହୋଇଥିଲେ I