

ପାରଳାଖେମୁଣ୍ଡି (ସମୃଦ୍ଧ ଓଡ଼ିଶା) ଆଜି ଗୃହରକ୍ଷୀ ଦିବସ ପାଳିତ ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠ ବେତଗୁଡା ଠାରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଏକ ପେରଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧକ୍ଷକ ସାରା ଶର୍ମା ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ସେ ଗୃହରକ୍ଷୀ ମାନଙ୍କର ଶାନ୍ତିଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏବଂ ବିପର୍ଯ୍ୟୟ ସମୟରେ ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅବଦାନ ରହିବ ବୋଲି ସେ କହିଥିଲେ ସେହିପରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୋଠନ କରିଥିଲେ । ଏହି ଅବସରରେ ଏକ ଚିତାକର୍ଷକ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଏସପି ସିତାରାମ ଶତପଥୀ କୋମଣ୍ଡେନ ଧରଣୀଧର ହୋନାଗା ଏସଡିପିଓ ପି କେ ଜେନା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କାଶୀନଗର ଥାନା ଅଧିକାରୀ ଆନନ୍ଦ ଚଦ୍ର ପାତ୍ର ଉପସ୍ଥିତି ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
