


ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ପୋଲିସ ଏକ ପୁରୁଣା ସେକ୍ସ ରାକେଟକୁ ଠାବ କରିଛି । ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି। ପାରଳାଖେମୁଣ୍ଡି ସହରର ଇନ୍ଦ୍ରଭବନ ଲଡ୍ଜରେ ଦିର୍ଘଦିନ ଧରି ଏକ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା । ପୋଲିସ ନିକଟରେ ଏ ଖବର ଥିଲେ ମଧ୍ୟ ପଦକ୍ଷେପ ନିଆ ଯାଇପାରୁ ନ ଥିଲା । ଗତ କାଲି ଅପରାହ୍ନରେ ସେକ୍ସ ରାକେଟ ଚାଲିଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଏସପି ମ୍ୟାଡମଙ୍କ ନିର୍ଦେଶ ପ୍ରକାରେ ସ୍ଥାନୀୟ ପୋଲିସ ଚଢ଼ାଉ କରି ସେହି ଲଡ୍ଜରୁ ୩ ଜଣ ଦେହବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହ ଅନୈତିକ ଅବସ୍ଥାରେ ଲିପ୍ତ ଥିବା ଚାରି ଜଣ ଯୁବକଙ୍କୁ ଗିରଫ କରିଛି। ଉଦ୍ଧାର କରାଯାଇଥିବା ତିନିଜଣ ପିଡିତାଙ୍କୁ ଡାକ୍ତରୀ ମାଇନା କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପିଡିତା ମାନଙ୍କ ମଧ୍ୟରେ ଜଣେ ପଡୋଶି ଆନ୍ଧ୍ରପ୍ରଦେଶର ଅନ୍ୟ ଦୁଇ ଜଣ ଗଜପତି ଜିଲ୍ଲା ଅଞ୍ଚଳର ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ସାରା ର୍ଶମା କହିଛନ୍ତି । ଅନ୍ୟ ପକ୍ଷରେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଲଡ୍ଜ ମାଲିକ ବିଶ୍ଵନାଥ ବେବତାଙ୍କ ସହ ୩ ଗ୍ରାହକ ହେଉଛନ୍ତି ଏମ.ଶଙ୍କର ରାଓ, ସୁବାସ ଜେନା ଓ ପଶ୍ଚିମବଙ୍ଗର ଶୁଭେନ୍ଦୁ କର୍ମକାର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୩୬୦୦ଟଙ୍କା ୪ଟି ମୋବାଇଲ ଏବଂ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଦ୍ଵାରା ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଏସପି ମ୍ୟାଡମ ସାରା ଶର୍ମାଙ୍କ ସମେତ ଏସଡିପିଓ ଠାକୁର ପ୍ରସାଦ ପାତ୍ର ,ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ସୁଜିତ ପ୍ରଧାନ ଓ କୃଷ୍ଣ କୁମାର ବେହେରା