

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ରାଧା ଗୋବିନ୍ଦ ଧାମ ଓ ଵାଲ ମୁକୁନ୍ଦ କେନ୍ଦ୍ରରେ ଜଗତଗୁରୁ ଦିବସ ପାଳନ କରିବା ସହ ବିଶ୍ୱର କଲ୍ୟାଣ ନିମନ୍ତେ ଶ୍ୟାମଶ୍ୟାମ ସତସଙ୍ଗୀ ଓ ବାଲ ମୁକୁନ୍ଦ କେନ୍ଦ୍ରର କୋମଳମତି ଶିଶୁମାନେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ରାଧା ଗୋବିନ୍ଦ ଧାମର ନୂତନ ଗୃହ ପ୍ରବେଶ ନିମନ୍ତେ ମହେନ୍ଦ୍ରତନୟା ନଦୀରୁ କଳସ ଯାତ୍ରା, ହୋମ, ପୂଜାଅର୍ଚ୍ଚନା ଏବଂ ନାମ ସଂକୀର୍ତ୍ତନ କରାଯାଇଥିଲା । ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ‘କୃପାଳୁ ଶିଶୁ ସାହିତ୍ୟ ଆସର’ ରାଜଗୁରୁ ସାହି, ପରିଚ୍ଛା ମଠ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହାକୁ ଦେବୀ ମଠର ମହନ୍ତ ସୀତାରାମ ଦାସ ମହାରାଜ ତୁଲାଇବା ସହ ମକର ସଂକ୍ରାନ୍ତି ସମ୍ବନ୍ଧରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଗହଣରେ ବସି ପ୍ରସାଦ ସେବନ କରିଥିଲେ । ଵାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନମିତା ଚୌଧୁରୀ କୃପାଳୁ ମହାରାଜଙ୍କ ୬୨ତମ ଜଗତଗୁରୁ ଦିବସ ଉପଲକ୍ଷେ ରାଷ୍ଟ୍ରର ମଙ୍ଗଳ କାମନା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା