ପାରଳାଖେମୁଣ୍ଡିରେ ବିଜେଡ଼ିର ନବୀନ ବାବୁଙ୍କ ୭୯ତମ ଜନ୍ମଦିନ ପାଳନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡ଼ି ଦଳ ପକ୍ଷରୁ ନବୀନ ବାବୁଙ୍କ 79ତମ ଜନ୍ମଦିନ ପାଳନ କରାଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ପାରଳା ସହର ନିକଟବର୍ତ୍ତୀ ରାଜ ସିତାପୁର୍ ଶ୍ରୀ ଜଗନ୍ନାଥ ନିକେତନ ଅନାଥାଶ୍ରମ ଅନ୍ତେବାସୀଙ୍କ ସହ ନବୀନ ବାବୁଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟାଯାଇ ପାଳନ କରାଯାଇଥିଲା।ତତ୍ ପରେ ପାରଳାଖେମୁଣ୍ଡି ହାଇଟେକ୍ ଆପାର୍ଟ ମେଣ୍ଟ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ପାରଳା ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ଙ୍କ ସହ ଗଜପତି ଜିଲ୍ଲା ବିଜେଡ଼ି ଦଳର ନେତା, କର୍ମୀ, ପଦାଧିକାରୀ ମାନେ ଯୋଗ ଦେଇ ଏହାକୁ ସଫଳ କରିବାକୁ ସହଯୋଗ କରିଥିଲେ।

ରିପୋର୍ଟ :କୃଷ୍ଣ କୁମାର ବେହେରା 

Leave a Reply

Your email address will not be published. Required fields are marked *