ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡିରେ ଦିନକୁ ଦିନ ବୁଲା କୁକୁରର ସଂଖ୍ୟା ବଡିବାରେ ଲାଗିଛି । ପ୍ରତ୍ୟେକ ଛକ ସାହି ଗଳି କନ୍ଦି ମାନଙ୍କରେ ଆଡ଼ା ଜମାଇ ବସିଥାନ୍ତି ବୁଲା କୁକୁର । ଯଦି ରାତିରେ କେହି ଆସନ୍ତି ତା’ହେଲେ ବୁଲା କୁକୁରର ଶିକାର ସୁନିଶ୍ଚିତ ହୋଇଥାନ୍ତି । ରାତିରେ ଯଦି କେହି ବାହାରକୁ ଯାଇଥାନ୍ତି ଆସିବା ସମୟରେ ପ୍ରତ୍ୟେକ ଛକରେ ବୁଲା କୁକୁର ଦଳଦଳ ହୋଇ ଲୋକଙ୍କୁ ଗୋଡେଇ ବା ସହ କାମୁଡି ଥାନ୍ତି । ଏଭଳି ବୁଲା କୁକୁର ଗାଇ, ଷଣ୍ଢ ରାସ୍ତା ଉପରେ ରହିବା ଦ୍ଵାରା ଛାତ୍ରଛାତ୍ରୀ ବୟସ୍କ ଲୋକ ଯିବାଆସିବା ସମୟରେ ଅସୁବିଧାର ସମ୍ମୁଖନ ହେବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଏମିତିକି କିଛିଦିନ ପୂର୍ବରୁ ହାଟପଦା ଛକ ନିକଟରେ ଜଣେ ୬୫ ବର୍ଷିୟ ମହିଳାକୁ ଷଣ୍ଢ ମାରିବାରୁ ମୃତ୍ୟୁ ହୋଇଥିବା ସହ ସଦରା ବନ୍ଧ ଛକ ଠାରେ ୭୫ ବର୍ଷୀୟ ବୃଦ୍ଧାକୁ ଷଣ୍ଢ ମାରି ଥିଲା ସେ ଆଜି ପର୍ଯ୍ୟନ୍ତ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ବହୁବାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ପାରଳାଖେମୁଣ୍ଡିରେ ବର୍ତ୍ତମାନ ବୁଲା କୁକୁରର ସଂଖ୍ୟା ଏତେ ବଡିଯାଇଛି ଯେ ରାତିରେ ଯିବାଆସିବା କରିବାକୁ କେହି ସାହସ କରିପାରୁନାହାନ୍ତି । ତେଣୁ ଯଥାଶୀଘ୍ର ଏହାର ସମାଧାନ କରିବା ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା