
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇଛି । ପ୍ରଶାସନ ଓ ପୋଲିସର ବାରମ୍ବାର ଅନୁରୋଧ ସତ୍ତ୍ୱେ ଲକ୍ ଡାଉନ୍ ଆଇନକୁ ଉଲଂଘନ କରିବା ଅଭିଯୋଗରେ ୩୨ ଜଣଙ୍କୁ ଗିରଫ କରାଯାଇଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ନିଦ୍ଦେର୍ଶ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଦଳ ପାରଳାଖେମୁଣ୍ଡିର ବିଭିନ୍ନ ଅଞ୍ଚଳରେ ଲକ୍ ଡାଉନ୍ ଆଇନକୁ ଉଲଂଘନ କରି ବିନା କାରଣରେ ପୃଥକ ପୃଥକ ଭାବେ ବାହାରେ ବୁଲୁ ଥିବାବେଳେ ୩୨ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ପାରଳା ଥାନା କେସ୍ ନଂ ୭୮/୨୦ ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କରଣ୍ଟାଇନରେ ରଖିବା ପାଇଁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।
ରିପୋର୍ଟ – କୃଷ୍ଣ କୁମାର ବେହେରା