

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଗଜପତି ଜିଲ୍ଲାରେ କଂଗ୍ରେସ ସ୍ଥିତି ପରଖିଛନ୍ତି ନୂତନ ଭାବରେ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ସେ ପ୍ରଥମେ ଏକ ବାଇକ ରାଲିରେ ମୋହନା ନିର୍ବାଚନ ମଣ୍ଡଳୀରୁ ଆସି ପାରଳାଖେମୁଣ୍ଡି ପହଞ୍ଚିଥିଲେ । ତାଙ୍କ ସହ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଆସି ପହଞ୍ଚିଥିଲେ । ଏହାପରେ ପାରଳାଖେମୁଣ୍ଡି ପହଞ୍ଚି କଂଗ୍ରେସ କାର୍ଯ୍ୟଳୟ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏଥିରେ ଗତ ୨୦୧୯ ନିର୍ବାଚନରେ ହୋଇଥିବା ବିଭିନ୍ନ ତ୍ରୁଟି ସମ୍ପର୍କରେ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଜିଲ୍ଲାରେ କଂଗ୍ରେସ ସ୍ଥିତି ଭଲ ରହିଛି କେବଳ ଜଣେ ଦକ୍ଷ ନେତୃତ୍ୱର ଆବଶ୍ୟକ ରହିଛି ବୋଲି ଏହି ଅବସରରେ ସେ କହିଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଯାକ ମାଝି, ଗରୁଡଧୂଜ ଚୈାଧୁରୀ, ଗୁମ୍ମା ବ୍ଲକ୍ ଉପାଧ୍ୟକ୍ଷ ଗୀତାଞ୍ଜଳି ଭୂୟାଁ, ବେନିକ ଗମାଙ୍ଗ, ସଞ୍ଜୟ ଅଧିକାରୀ କୁନା ମାଝୀ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ – କୃଷ୍ଣ କୁମାର ବେହେରା

