ପାରଳାଖେମୁଣ୍ଡିରେ ହାଇଟେକ ଗ୍ରୁପର ‘ଟିପି ସ୍ପେସିଆଲ ହସ୍ପିଟାଲ’ଉଦଘାଟିତ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ସହଜରେ ଯୋଗାଇଦେବା ପାଇଁ ଏକ ‘ ଟିପି ସ୍ପେସିଆଲ ହସ୍ପିଟାଲ’ ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ କଂଗ୍ରେସ ନେତା ଡ଼ଃ ତିରୁପତି ପାଣିଗ୍ରାହୀ । ଆଜି ପାରଳାଖେମୁଣ୍ଡିସହରସ୍ଥିତ ରାମନଗରରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବାକୁ ଯାଇ ସଫଳ ହୋଇଛନ୍ତି ହାଇଟେକ ଗ୍ରୁପର ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ । କିଛିଦିନ ତଳେ ଡ଼ଃ ପାଣିଗ୍ରାହୀ ଗଜପତି ଜିଲ୍ଲାବାସିଙ୍କୁ ପ୍ରତିଶୁତି ଦେଇଥିଲେ ଯେ ସେ ଏକ ଉନ୍ନତମାନର ଓ ଅତ୍ୟାଧୁନିକ ଶୈଳୀର ଶହେ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଏଠାର ଲୋକଙ୍କୁ ଭେଟିଦେବେ। ସେ ଆଜି ତାହା ପୂରଣ କରିଛନ୍ତି । ସେ ତାଙ୍କ ପ୍ରତିଶୃତି ଅନୁଯାଇ ଆଜି ଏହି ଅତ୍ୟାଧୁନିକ ଚିକିତ୍ସାଳୟର ନିର୍ମାଣ କରି ଗଜପତି ଜିଲ୍ଲାବାସିଙ୍କୁ ଏକ ମହାନ ଉପହାର ଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ଦାବି କରିଛନ୍ତି । ଏହି ମେଡିକାଲ ହାସପିଟାଲଟି ଏଠାରେ ପ୍ରତିଷ୍ଠା ହେବା ଦ୍ଵାରା କେବଳ ପାରଳାଖେମୁଣ୍ଡି ସହର କାହିଁକି ସମଗ୍ର ଗଜପତି ଜିଲ୍ଲା ଓ ନିକଟବର୍ତ୍ତୀ ଆନ୍ଦ୍ର ପ୍ରଦେଶର ଉତ୍ତରାଞ୍ଚଳ,ଓଡିଶାର ଦକ୍ଷିଣାଞ୍ଚଳର ବହୁ ସଂଖ୍ୟାରେ ରୋଗୀ ଉପକୃତ ହୋଇପାରିବେ ବୋଲି ଜଣାପଡିଛି । ପାରଳାଖେମୁଣ୍ଡି ସମେତ ପାଖା ପାଖି ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ପାଇଁ ସିଟି ସ୍କାନ ମେସିନ ନ ଥିବାରୁ ବାଧ୍ୟ ହୋଇ ରୋଗୀମାନେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଚିକିତ୍ସାଳୟ ଉପରେ ନିର୍ଭର କରି ନିରୀହ ଗରିବ ଲୋକେ ବିଶେଷ ଶୋସିତ ହୋଇ ଆସୁ ଥିବା କିଛି ବୁଦ୍ଧିଜୀବୀ ଅଭିଯୋଗ କରିଥିବା ବେଳେ ଏହା ପ୍ରତିଷ୍ଠା ଦ୍ୱାରା ଅଧିକାଂଶ ରୋଗୀ ଶୋଷଣରୁ ରକ୍ଷା ପାଇବେ ବୋଲି ଜଣାପଡିଛି । ଏପରି ସ୍ଥଳେ ଲୋକଙ୍କ ସୁବିଧା ପାଇଁ ଡ଼ଃ ପାଣିଗ୍ରାହୀ ଦେଇଥିବା ପ୍ରତିଶୁତି ମୁତାବକ ଆଜି ସିଟି ସ୍କାନ, ୨୪ ଘଣ୍ଟିଆ ରୋଗୀସେବା , ମାଗଣା ଔଷଧ ସେବା, ଅତ୍ୟାଧୁନିକ ଏକ୍ସରେ, ଉନ୍ନତିମାନର ପାର୍ଥଲୋଜି ସୁବିଧା ବହିବିଭାଗ ଚିକିତ୍ସା ସୁବିଧା ଆଦି ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି । ଆଗାମୀ ୬ ମାସ ମଧ୍ୟରେ ଏହି ହସପିଟାଲକୁ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲରେ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି । ଡ଼ଃ ପାଣିଗ୍ରାହୀ ତାଙ୍କ ଉଦଘାଟନ ସମାରୋହ ଅବସରରେ ପୁଣି କହିଛନ୍ତି ଯେ ଆଗାମୀ ଏକ ସପ୍ତାହ ମଧ୍ୟ୍ୟରେ ଯେଉ ସବୁ ରୋଗୀ ଚିକିତ୍ସା ପାଇଁ ଆସିବେ ସେମାନଙ୍କୁ ସମ୍ପୂର୍ଣ ମାଗଣାରେ ଚିକିତ୍ସା ସୁବିଧା ଓ ଔଷଧ ଉପରେ ୧୫% ରିହାତି ମିଳିବ ବୋଲି ପ୍ରତିଶୁତି ଦେଇଛନ୍ତି । ଏହି ଉଦଘାଟନ ଉସ୍ତାବରେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ,ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ପାରଳାଖେମୁଣ୍ଡିରୁ କୃଷ୍ଣ କୁମାର ବେହେରା