

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପୋଲିସ ତରଫରୁ ପାରଳାଖେମୁଣ୍ଡି ବେତାଗୁଡା ରିଜର୍ଭ ପଡିଆରେ ୬୦ ତମ ସହିଦ୍ ଦିବସ ପାଳନ ହୋଇଯାଇଛି । ରିଜର୍ଭ ପଡିଆରେ ଠାରେ ଆୟୋଜିତ ଏହି ସମାରୋହରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ସହିଦ୍ ମାନଙ୍କ ଉଦ୍ଧେଶ୍ୟରେ ପୁଷ୍ପଗୁଚ୍ଛା ପ୍ରଦାନ କରିଥିଲେ ଓ ସହିଦ୍ ମାନଙ୍କ ସୃତି ଚାରଣ କରିଥିଲେ । ଅମର ପୋଲିସ ସହିଦ୍ ମାନଙ୍କ ତ୍ୟାଗ ଆଦର୍ଶରେ ପ୍ରତ୍ୟେକ ପୋଲିସ କର୍ମଚାରୀ ନିଜକୁ ଅନୁସରଣ କରି ସମାଜ ଓ ଦେଶସେବା କରନ୍ତୁ ବୋଲି ଏସିପି ସାରା ଶର୍ମା ପୋଲିସ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସହିଦ୍ ମାନଙ୍କ ଉଦ୍ଧେଶ୍ୟରେ ମାନଙ୍କ ଦ୍ଵାରା ପ୍ୟାରେଡ ପଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସିପି ସୀତାରାମ ଶତପଥୀ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସମେତ ବହୁ ଅବସର ଗ୍ରହଣ କରିଥିବା ପୋଲିସ ଅଧିକାରୀ ଓ ବହୁ ବୃଦ୍ଧି ଜୀବି ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
