

ଗଜପତି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଟଙ୍କା ଜବତ ହୋଇଛି । ପାରଳାଖେମୁଣ୍ଡିରୁ କାଶିନଗର ଅଭିମୁଖେ ଯାଉଥିବା ବେଳେ ରାଣିପେଣ୍ଠ ନିକଟରେ ତନଖି ସମୟରେ ଏକ ବୋଲେରରୁ ୮୦ ହଜାର ଟଙ୍କା ସହ ନିର୍ବାଚନ ପ୍ରଚାର ପାଇଁ ବ୍ୟବହୃତ ବିପୁଳ ପରିମାଣର ପୋଷ୍ଟର, ବ୍ୟାନର ଜବତ କରିବା ସହ ଗାଡି ଡ୍ରାଇଭର ଓ ଜଣେ ସର୍ମଥକ ଉଗ୍ରସେନ ସାହୁକୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁ କହିଛନ୍ତି । ଜବତ ଟଙ୍କା ଫ୍ଳାଇଙ୍ଗ ସ୍କାର୍ଡକୁ ହସ୍ତାନ୍ତର କରାଯାଇଥିବା ବେଳେ ଜବତ ପୋଷ୍ଟର ଓ ଟଙ୍କା ସ୍ୱାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କ ବୋଲି ଜଣାପଡିଛି । ନିର୍ବାଚନ ଆଚରଣବିଧି ଲାଗୁ ହେବା ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ପାରଳାଖେମୁଣ୍ଡି ପୋଲିସ ।
ରିପୋର୍ଟ : ସୁଜିତ ପ୍ରଧାନ
