ପାରଳାଖେମୁଣ୍ଡି ବସ୍ତି ସୁରକ୍ଷା ମଞ୍ଚର ପ୍ରତିଶ୍ରୁତି ପୁରଣ ନ ହେବାରୁ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ତିତିଲି ବାତ୍ୟା ପରଠାରୁ ପାରଳାଖେମୁଣ୍ଡିର ବସ୍ତିରେ ଥିବା ସମସ୍ତ ବସ୍ତି ବାସିନ୍ଧାଙ୍କ ଘର ଭାଙ୍ଗି ନଷ୍ଟ ହେବା ପରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ଲିଖିତ ଭାବରେ ୨୩ ଅକ୍ଟୋବର ୨୦୧୮ ତାରିଖ ଦିନ ଏକ ପତ୍ର ଦିଆଯାଇଥିଲା । କିନ୍ତୁ ଏହାର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଲା ନାହିଁ । ଏହାପରେ ୯ ଡିସେମ୍ବର ୨୦୧୮ ତାରିଖ ଦିନ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବରେ ବସ୍ତି ବାସିନ୍ଧାଙ୍କ ସ୍ଥାଇ ଥଇଥାନ ନିମନ୍ତେ ଜଣାଇଥିଲେ କିନ୍ତୁ ଏଥିପାଇଁ କୌଣସି ପ୍ରକାରେ ସହଯୋଗ ନ କରିବାରୁ ପାରଳାଖେମୁଣ୍ଡି ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ୧୯ ନଭେମ୍ୱର ୨୦୧୮ ତାରିଖ ଦିନ ଲିଖିତ ଦାବି ପତ୍ର ପ୍ରଦାନ କରିବା ସହ ରାଜେଶ୍ୱ ଅଧିକାରୀଙ୍କୁ ମଧ୍ୟ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଠିକ ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ସହ ବସ୍ତି ବାସିନ୍ଧାଙ୍କ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଜିଲ୍ଲାପାଳ ତିତିଲିରେ ପୀଡିତ ବସ୍ତି ବାସିନ୍ଧାନକୁ ସହାୟତା ଯୋଗାଇ ଦେଇ ଏହି ବସ୍ତିର ପୁନଃ ଉଦ୍ଧାରକୁ ସମ୍ପୂର୍ଣ୍ଣ ମନା କରିବା ସହିତ ସେ କହିଥିଲେ ଯେ ଆପଣଙ୍କ ପଟା ନଥିବାରୁ ଆମେ କିଛି ସହାୟତା ଦେଇ ପାରିବୁ ନାହିଁ କହି ସେ କହିଲେ ଉଷା ସର୍ଭେ ଅନ୍ତଭୂକ୍ତ ଘରକୁ ପଟା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ପରେ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଥିଲା ଯେ ଆମର ସ୍ଥାଇ ପଟା ଦିଆଯିବ କିନ୍ତୁ ତାହାର କୌଣସି ପଦକ୍ଷେପ ନିଆଗଲା ନାହିଁ । ଅନ୍ୟ ବସ୍ତିରେ ପାରଳାଖେମୁଣ୍ଡି ପୌର ପରିଷଦର ୧୪ ନଂ ୱାର୍ଡର ସଞ୍ଜୟଗାନ୍ଧୀ କଲୋନୀ ଉପର ସାହିରେ ବିଦ୍ୟୁତ ସଂଯୋଗି କାରଣ ଜମାରୁ ନଥିବା ସାଙ୍ଗକୁ ଆମ୍ଭେ ଏସଡିଓ ସାଉଥକୋକୁ ଲିଖିତ ଅଭିଯୋଗ କରି ବିଦ୍ୟୁତ ସଂଯୋଗ କରଣ ନିମନ୍ତେ ଗତ ୨୯ ନଭେମ୍ବର ୨୦୧୮ ତାରିଖରେ ଜାଣିଥିଲୁ କିନ୍ତୁ ତାହା ମଧ୍ୟ କୌଣସି ପ୍ରକାରର ସମାଧାନ ହୋଇ ପାରିଲା ନୀହିଁ । ଏହାକୁ କେନ୍ଦ୍ର କରି ଆମ୍ଭେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକାଷ୍ଟରେ ଲିଖିତ ଭାବରେ ୩ ଡିସେମ୍ବର ୨୦୧୮ ତାରିଖରେ ଜଣାଇଥିଲୁ ତାହାର ଅଭିଯୋଗ ଚିଠି ସଂଖ୍ୟା ୧୨୨୬ ତଥାପି କୌଣସି ପଦକ୍ଷେପ ନିଆଗଲା ନାହିଁ । ଏହାକୁ ଭିତ୍ତି କରି ପୁଣି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟରେ ୧୫ ଡିସେମ୍ବର ୨୦୧୮ ତାରିଖ ଦିନ ପୁଣି ଏହି ଲିଖିତ ଅଭିଯୋଗ କରାଗଲା ତାହାର ସଂଖ୍ୟା ୧୫୧୨ ତଥାପି କାର୍ଯ୍ୟ ଶୁନ୍ୟ ପୁଣି ୨୨ ଡିସେମ୍ବର ୨୦୧୮ ତାରିଖ ଦିନ ବିଶାଳ ପଦଯାତ୍ରା କରି ଘଣ୍ଟ ପିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଗଲା ତଥାପି କାର୍ଯ୍ୟ ଶୂନ୍ୟ ପୁଣି ସହ ସହ ବସ୍ତି ବାସିନ୍ଧା ରାଲି କରି ଗତ ୧୦ ଜାନୁୟାରୀ ୨୦୧୯ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଏକ ଦାବିପତ୍ର ପ୍ରଦାନ କଲୁ ଏହି ଦିନ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଆମ ସମସ୍ତଙ୍କ ଗହଣରେ ମତ ପ୍ରକାଶ କରିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ ଯେ ୧୧ ଜାନୁୟାରୀ ୨୦୧୮ ତାରିଖ ଦିନ ସୁଦ୍ଧା ବିଭାଗୀୟ କତୃପକ୍ଷଙ୍କୁ କହି ବିଦ୍ୟୁତ ସଂଯୋଗ କରଣ କରିବା ସହ ଉଠା ଘର ଅନ୍ତର୍ଭୁକ୍ତ ପଟା ପାଇଁ ସଂପୃକ୍ତ ଵିଭାଗୀୟ ଅଧିକାରୀଙ୍କୁ ଡାକି ବସ୍ତି ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରି ସ୍ଥାଇ ସମାଧାନ କରିବେ । କିନ୍ତୁ ବର୍ତ୍ତମାନ ଯାଏଁ ତାହା ହୋଇ ପାରିଲା ନାହିଁ । ତେଣୁ ଆଜି ତଥା ୨୨ ଜାନୁଆରୀ ୨୦୧୯ ତାରିଖରେ ଧାରଣାରେ ବସିଛୁ । ଉପରୋକ୍ତ ସମସ୍ତ ଦାବି ଆଜି ପୁରଣ କରିବା ଦିଗରେ ପଦକ୍ଷେପ ନ ନିଆଯାଏ ତେବେ ଆସନ୍ତା ଦିନରେ ଆନ୍ଦୋଳନକୁ ତୀବ୍ର କରିଯିବା ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା