

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ବସ୍ତି ସୁରକ୍ଷା ମଞ୍ଚ ତରଫରୁ ବସ୍ତି ବାସିନ୍ଧାଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୌର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ କରିନାହାନ୍ତି ଓ ଓଡିଶା ସରକାର ଜମି ଅଧିକାର ଅଧିନିୟମ ୨୦୦୭ ଅନୁଯାୟୀ ପ୍ରାୟ ସମସ୍ତ ବସ୍ତିରେ ଅନୁସନ୍ଧାନ କରି ବସ୍ତିବାସିନ୍ଧାଙ୍କୁ ଉଷା ସର୍ଭେରେ ଅନ୍ତର୍ଭୂକ୍ତ କରିଥିଲେ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପଟା ବଣ୍ଟନ ନିମନ୍ତେ ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ ଅନେକ ହିତାଧିକାରୀଙ୍କ ନାମ ନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭିକ୍ଷୋବି ଓ ଆନ୍ଦୋଳନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା – ୱାର୍ଡ ନଂ-୧ର ଦୁର୍ଗମ ପେଟା ସାହି, ୱାର୍ଡ ନଂ ୬ର ଜାଗିଲି ସାହି, ସେରି ବାକିଟି ସାହି ଓ ସେରି ମେଦିରି ସାହି, ୱାର୍ଡ ନଂ ୧୪ର ସଞ୍ଜୟ ଗାନ୍ଧୀ କଲୋନୀ ବସ୍ତି ବାସିନ୍ଧା ଅଞ୍ଚଳର କୌଣସି ଗୋଟିଏ ଘରର ତାଲିକାରେ ପ୍ରକାଶ କରାଯାଇନାହିଁ, ୱାର୍ଡ ନଂ୩ର ରେଲୱେ ଷ୍ଟେସନ ନିକଟସ୍ଥ ବସ୍ତି ବାସିନ୍ଦାଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି ତେଣୁ ପଲିଥିନ ତଳେ, ରାସ୍ତା କଡରେ ଓ ସ୍କୁଲ ଗୃହରେ ଆଶ୍ରୟ ନେଉଛୁ, ଏହିପରି ଘର ବନାଇ ସ୍ଥାନାନ୍ତରିତ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ତାହା ଦିଆଯାଇ ନାହିଁ , ୱାର୍ଡ ନଂ୪ର କଟିକା ସାହି ସ୍କୁଲ ପାର୍ଶ୍ୱରେ ଯଥେଷ୍ଟ ପରିମାଣର ଜାଗା ଖାଲି ପଡିଥିବା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ୱାର୍ଡ ନଂ ୧୨ର ବସ୍ତି ବାସିନ୍ଧା ଅଞ୍ଚଳର ତାଲିକାରେ କୌଣସି ହିତାଧିକାରୀଙ୍କ ନାମ ଦିଆଯାଇନାହିଁ । ସେହିପରି ୱାର୍ଡ ନଂ ୧୬ର ସଞ୍ଜୟ ଗାନ୍ଧୀ କଲୋନୀ ପାଣ ହରିଜନ ସାହିର କୌଣସି ଗୋଟିଏ ଘର ଉଷା ତାଲିକାରେ ପ୍ରକାଶ ପାଇନାହିଁ । ସେହିପରି ୱାର୍ଡ ନଂ ୧୬ର ବିପିଲ କଲୋନୀ ବସ୍ତି ବାସିନ୍ଧା ଅଞ୍ଚଳରେ ୫୩ଟି ଘର ଉଷା ସର୍ଭେ ହୋଇଥିବା ବେଳେ କେବକ ୫ଟି ଘରର ତାଲିକାରେ ପ୍ରକାଶ ପାଇଛି । ତେଣୁ ପାରଳାଖେମୁଣ୍ଡି ବସ୍ତି ସୁରକ୍ଷା ମଞ୍ଚ ତରଫରୁ ଏହି ସମସ୍ତ ଅଭିଯୋଗ ଓ ସମସ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର ପୂରଣ କରାଯାଉ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଦଳାନନ୍ଦ ଗୟା, ଜି. ଦୁଟିକା, ମିଶାଲ୍ ଆପ୍ପାରଓ, ଗୌରୀ ଭୁଁୟା, ଗୌତମ ବେନୀୟା,ମୁଲିକି କ୍ରିଷ୍ଟାମ୍ମା, ତନୟ ପତ୍ର, ମିଶାଲ୍ ଆନନ୍ଦ, ମିଶାଲ୍ ରାମୁଙ୍କ ସମେତ ବହୁ ବସ୍ତି ବାସିନ୍ଧା ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା






