

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ‘ସଂକଳ୍ପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଚିନ୍ମୟ ମିଶନର ସନ୍ନ୍ୟାସୀ ସ୍ୱାମୀ ନିଗମାନନ୍ଦ ଜୀ ଯୋଗଦେଇ ଆମ ଜୀବନରେ ଯୋଗାସନ ଏବଂ ଶ୍ରୀମଦ ଭାଗବତ ଗୀତାର ଆବଶ୍ୟକତା ବୁଝାଇଥିଲେ ଏବଂ ସ୍ୱାମୀ ମୁକୁନ୍ଦନନ୍ଦ ଜିଙ୍କ ତ୍ୟାଗମୟୀ ଜୀବନୀ ବିଷୟରେ କହିଥିଲେ । କେନ୍ଦ୍ରର ସଂଯୋଜକ ନିତ୍ୟାନଦ ଚୌଧୁରୀ, ତାଙ୍କରି ଛୋଟ କବିତା ତଥା ଜଗତଗୁରୁ ଶ୍ରୀକୁପାଳୁ ଜି ମହାରାଜାଙ୍କ ଦର୍ଶନରୁ ଆଧାରିତ ‘ସଂକଳ୍ପ’ ଉପସ୍ଥାପନା କରି ସାକ୍ଷର, ସ୍ୱଚ୍ଛ ଏବଂ ସବୁଜ ଭାରତର ସ୍ୱପ୍ନ ସାକାର ପାଇଁ ପିଲାମାନଙ୍କୁ ସଂକଳ୍ପ କରାଇଥିଲେ । ଏଥିରେ ବିଶିଷ୍ଟ ଚିତ୍ରଶିଳ୍ପୀ ମୁରଲୀଧର ପରିଚ୍ଛା ଏବଂ ସଂଗୀତକାର ସତ୍ୟନାରାୟଣ ଆପଟ୍ଟ ସହଯୋଗ କରିଥିଲେ । ସ୍ୱାମୀ ନିଗମାନନ୍ଦ ଜି, ରାଜଗୁରୁ ସାହି ସ୍ଥିତ ଶ୍ରୀରସିକରାଜ ମନ୍ଦିର, ପରିଚ୍ଛା ମଠ ପରିସରରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରତ୍ୟେକ ରବିବାର ଶିଶୁ ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ‘କୃପାଳୁ ଶିଶୁ ସାହିତ୍ୟ ଆସର’ ବିଦ୍ୟାଳୟ ଛୁଟି ଦିନ ମାନଙ୍କରେ ଭ୍ରମ୍ୟମାଣ କରି ଆମର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ସହାୟକ ହେବ ବୋଲି ତାଙ୍କରି ମତ ରଖିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା



