


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୧ ନମ୍ବର ୱାର୍ଡ ସ୍ଥିତ ବିଭିନ୍ନ ସାହିରେ ଥିବା ପୌରପରିଷଦର ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ଝାଡୁଦାର, ଜମାଦାର, ହେଲଥ ୱାର୍କର, ଡ୍ରାଇଭରଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ସୂଚନା ଅନୁଯାୟୀ ପୌରପାରିଷଦର କର୍ମଚାରୀମାନେ ନିଜ ଜୀବନକୁ ନ ଡରି ଲୋକଙ୍କୁ କିଭଳି କରୋନା ଠାରୁ ରକ୍ଷା କରିବେ ସେଥିପାଇଁ ଦିନରାତି ସହରକୁ ସଫାସୁତୁରା ରଖିଥିବା ଦେଖି ବିଧାୟକ କେ ନାରାୟଣ ରାଓ ନିଜ ଟିମ ସହ ପହଞ୍ଚି ସମସ୍ତ କର୍ମଚାରୀମାନଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଥିଲେ । ବିଧାୟକ କେତେବେଳେ ଅସହାୟ ଲୋକଙ୍କୁ ଖାଦ୍ୟ ଦେଇ ଓ ଆଉ କେତେ ବେଳେ ବୁଲା କୁକୁର ଓ ଗାଈକୁ ଖାଦ୍ୟ ଦେଇ ଚର୍ଚ୍ଚାରେ ଆସିଥାନ୍ତି ସବୁବେଳେ ଗରିବଙ୍କ ସାଥି ଭାବେ ବିଧାୟକ ଚର୍ଚ୍ଚାରେ ଥାଆନ୍ତି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ପୂର୍ବତନ ସଭ୍ୟା ପି ପୁଣ୍ୟବତୀ, ପୂର୍ବତନ ନଗର ସଭାପତି ପି. କ୍ରିଷ୍ଣା, ନୁରସିଂହ ପଟନାୟକ ବରିଷ୍ଠ ବିଜେପି ନେତା ଚିଟି ବାବୁ ପ୍ରମୁଖ ଉପସ୍ଥିତି ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା