ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଦେଶ ଅନୁଯାଇ ମହାରାଜା ବାଳକ ବିଦ୍ୟାଳୟ ପାରଳାଖେମୁଣ୍ଡିର ପ୍ରଧାନ ଶିକ୍ଷକ ରୁପେ ବୃଷ କେତୁ ଦାଶ ଓ.ଇ.ଏସ -୨ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦିର୍ଘ ଦିନ ଧରି ଏହି ପୁରାତନ ତଥା ଐ୍ୟତିହ ସଂପର୍ଣ୍ଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା । ଶ୍ରୀ ଦାଶ ରାଜ୍ୟ ଶିକ୍ଷକ ସମ୍ମାନ,ପ୍ରକୃତି ମିତ୍ର,ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ ଶିକ୍ଷକ ତଥା ଜଣେ ସୁବକ୍ତା ଓ ସାହିତ୍ୟିକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗବେଷଣା କରି ପି.ଏଚ୍.ଡି ଉପାଧି ପ୍ରାପ୍ତ ହୋଇଛନ୍ତି । ଶ୍ରୀ ଦାଶଙ୍କ ଯୋଗଦାନରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଗଣ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ଓ ଉତ୍ତମ ଶିକ୍ଷାର ଅଭିବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ଜାରି ରଖିବି ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା