





ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି। ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ବିଶିଷ୍ଟ କ୍ରୀଡ଼ାବିତ ତଥା ଅବକାରୀ ବିଭାଗର କର୍ମଚାରୀ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କୁ ତାଙ୍କ କ୍ରୀଡା ଦକ୍ଷତାକୁ ପାଥେୟ କରି ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଫୁଲ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଆଗାମୀ ଦିନରେ ମାଲେସିଆ ଠାରେ ଅନୁଷ୍ଠିତ ହେବାକୁ ଥିବା କ୍ରୀଡା ପ୍ରତିଯୋଗିତାରେ ସଫଳତା ପାଆନ୍ତୁ ବୋଲି ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ନିବେଦିତା ଦାସ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଆଜି ଦିନ ତମାମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଲି ବଲ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ : କୃଷ୍ଣ କୁମାର ବେହେରା