

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ପ୍ରଥମେ ଓଡିଶୀ ନୃତ୍ୟ ପରେ ଏକ ଆଦିବାସୀ ନୃତ୍ୟ ବନ୍ଦେ ମାତାରମ ନୃତ୍ୟୟନ ତରଫରୁ ସୌରା ଗୀତର ତାଳେ ତାଳେ ନାଚି ଦର୍ଶକକୁ ମନ ମହିଥିବା ଜଣାପଡିଛି । ବନ୍ଦେ ମାତାରମ ନୃତ୍ୟୟନର ଗୁରୁ ପ୍ରଶାନ୍ତ ପଟନାୟକଙ୍କ ନିର୍ଦେଶନାରେ ସାମ୍ବାଦିକ ଶିଶିର ଗୌଡ଼ଙ୍କ ଟିମ ନାଚି ଦର୍ଶକ କୁ ମନରଞ୍ଜ କରାଇଥିଲେ । ଏହି ନୃତ୍ୟ ଦେଖି ମାନ୍ୟବର ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ନୃତ୍ୟ ଶିଳ୍ପୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା