

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ସହିତ ବିଜେଡି ପ୍ରେମୀ, ବିଜେଡି କର୍ମୀମାନେ ପାରଳାଖେମୁଣ୍ଡି ସ୍ଥିତ ୱାର୍ଡ ନଂ. ୩, ୯ରେ ଘର କୁ ଘର ବୁଲି ପ୍ରଚାର ଯୋର୍ଦାର କରିଛନ୍ତି । ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ଭେଟି ଭଲ ମନ୍ଦ କଥା ପଚାରି ବୁଝୁଛନ୍ତି ଓ ଏହି ଅଞ୍ଚଳରେ ଆହୁରି ଅଧିକ ବିକାଶ ପାଇଁ ଆଲୋଚନା କରିଛନ୍ତି । ଶ୍ରୀ ପାଣିଗ୍ରାହୀ ମୋତେ ବିପୁଳସଂଖ୍ୟାରେ ଭୋଟ୍ ଦେଇ ଜିତାଇବା ପାଇଁ ଆପଣଙ୍କର ସହଯୋଗ ଆବଶ୍ୟକ ବୋଲି କହିଛନ୍ତି । ଏହି ୱାର୍ଡର ଯୁବଗୋଷ୍ଠୀମାନେ ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ସହ ମିଶି ଘର କୁ ଘର ବୁଲି ପ୍ରଚାରରେ ସହଯୋଗ କରୁଛନ୍ତି । ଯୁବଗୋଷ୍ଠୀମାନେ ରୂପେଶ ଭାଇଙ୍କୁ ବିପୁଳସଂଖ୍ୟାରେ ଜିତାଇବେ ବୋଲି ପ୍ରତିଶୁତି ଦେଇଛନ୍ତି । ଏହି ପ୍ରଚାର ରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତା ପାଣିଗ୍ରାହୀ,ପୌର ଅଧକ୍ଷା ନିର୍ମଳା ସେଠି,ନରେଶ ମହାରଣା, କୃଷ୍ଣ କୁମାର ବେହେରା, ବିଜୟ ପ୍ରଧାନ, ମଧୁ ବେହେରା, ସମେତ ଶତାଧିକ ସ୍ଥାନୀୟ ବିଜେଡ଼ି ପ୍ରେମୀମାନେ ଉପସ୍ଥିତି ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା