

ଭୁବନେଶ୍ବର(ସମୃଦ୍ଧଓଡିଶା) ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପାରଳା ଗଜପତି ବିକାଶ ମଞ୍ଚର ମିଳିତ ଆନୁକୁଲ୍ଯରେ ସ୍ଥାନୀୟ ଏ. ଜି. ଛକ ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ ସାମଲ, ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ ସହ ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରା, ପିଜିବିଏମର ସମ୍ପାଦକ ରାଜକିଶୋର ପାଣିଗ୍ରାହୀ, ବରିଷ୍ଠ ସଦସ୍ଯ ସତ୍ଯ ନାରାୟଣ ଦାସ, ସିମାଞ୍ଚଳ ମହାରଣା, କୈଳାସ ପାଣିଗ୍ରାହୀ, ପ୍ରଦୀପ ପାଢି, ଇଂ. ସୁରେଶ ମହାରଣା, ରୁଦ୍ର ପ୍ରସାଦ ନାୟକ, ଗୈର ମହାପାତ୍ର, ରଘୁରାଜ ରାଜଗୁରୁ, ଗଣେଷ ଜେନା, କିଶୋର ଚନ୍ଦ୍ର ପଟ୍ଟନାୟକ, ଶ୍ରୀରାମ ମହାନ୍ତି, ସ୍ମୃତି ରଞ୍ଜନ ପାତ୍ର, ପୀତବାସ ସାହୁ, ସଦସ୍ଯା ସରିତ୍ରୀ ପଟ୍ଟନାୟକ, ଅନୁକା ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କାମଦେବ ମହାପାତ୍ର ତାଙ୍କ ନିଜସ୍ବ ଆଲେଖ୍ୟରେ, ମହାରାଜାଙ୍କ ସଂପୂର୍ଣ୍ଣ ଜୀବନୀକୁ ନେଇ ଏକ କବିତା ପାଠ କରିଥିଲେ। ଜୟନ୍ତୀ କାର୍ଯ୍ୟକ୍ରମକୁ ସଫଳତାର ସହ ପାଳନ କରିଥିବାରୁ ପାରଳା ଗଜପତି ବିକାଶ ମଞ୍ଚ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ରିପୋର୍ଟ : ରଜତ କୁମାର ମହାପାତ୍ର