

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳା ବିଧାୟକ କେ ନାରାୟଣ ରାଓ ବିଭିନ୍ନ ସାହିରେ ଥିବା ବୁଲା କୁକୁର, ଗାଈମାନକୁ ଖାଦ୍ୟ ଦେଇଥିଲେ । ସହର ଲକ-ଡ଼ାଉନ ଥିବା ହେତୁ ହୋଟେଲ, ଜଳଖିଆ ଦୋକାନ ବନ୍ଦ ଥିବାରୁ କୁକୁର ମାନେ ଖାଦ୍ୟ ପାଇପାରୁ ନ ଥିବାରୁ ମରିଯିବ ସମ୍ଭାବନା ଯୋଗୁଁ ସେମାନଙ୍କୁ ବଞ୍ଚାଇବା ଲକ୍ଷରେ ଏପରି ପଦେକ୍ଷେପ ବିଧାୟକ ନେଇଥିବା ଜଣାପଡିଛି । ସେହିଭଳି ଲୋକେ ଯିବା ଆସିବା ବନ୍ଦ ଥିବାରୁ ଗାଇଗୁଡିକୁ କିଛି ନମିଳିବା ଦେଖି ସେମାନଙ୍କୁ ଘାସ, ବିଭିନ୍ନ ପ୍ରକାର ପନିପରିବା ପାରଳା ବିଧାୟକ ଦେଇଥିଲେ ଓ କୁକୁରମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦେଇ ଥିଲେ । ଏହିଭଳି ସ୍ଵେଚ୍ଛାସେବୀ କାମ କରି ବିଧାୟକ ପ୍ରଶଂସା ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପି. କ୍ରିଷ୍ଣା, ନୁରସିଂହ ଚରଣ ପଟନାୟକ, ଚିଟି ସୀମାଦ୍ରୀ ସମେତ ବହୁ ସହଯୋଗୀ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

