ପାରଳା ବିଧାୟକଙ୍କ ଦ୍ଵାରା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କାଶୀନଗର -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖିଡିଙ୍ଗା ଗ୍ରାମରେ ମୂଖ୍ୟ ଅତିଥି ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଙ୍କ ଅନୁଦାନ ତଥା କରକମଳ ରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମା, ଉପାଧ୍ୟକ୍ଷ ଏସ କଲ୍ୟାଣୀ, ଜିଲ୍ଲା ପରିଷଦ ସଭ୍ୟ ରୋକମ୍ ରାଜଲକ୍ଷ୍ମୀ,ସରପଞ୍ଚ ଆର ରଜନୀ,ସମିତି ସଭ୍ୟ ବି ଶ୍ରୀଧର ରାଓ, ନାଏବ ସରପଞ୍ଚ ପି ତିରୁପତି ରାଓ କେ ସିତାପୁର୍ ସରପଞ୍ଚ କେ ତେଜା, ଉପାଧ୍ୟକ୍ଷ ରଘୁରାମ ସାହୁ, ସରପଞ୍ଚ ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହି ପରି ରାଜପୁର ଠାରେ ଏକ ଯାତ୍ରୀ ବିଶ୍ରାମଗାର , କାଶୀନଗର ବ୍ଲକ ପରିସରରେ 10ଲକ୍ଷ ଟଙ୍କାର ଜନ ପ୍ରତିନିଧି ଗୃହ ମଧ୍ୟ ବିଧାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।

ରିପୋର୍ଟ : କୃଷ୍ଣ କୁମାର ବେହେରା