ପାରିବାରିକ ଗଣ୍ଡଗୋଳରୁ ସ୍ୱାମୀର ଆତ୍ମହତ୍ୟା : ବେସାହାରା ୪ ସନ୍ତାନ ସହ ହତଭାଗ୍ୟା ସ୍ତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗାଁରେ ଏକ ଅଭାବନୀୟ ଘଟଶ ଘଟିଯାଇଛି । ଉକ୍ତ ଗାଁର ଲକ୍ଷ୍ମୀଧର ଗିରିଙ୍କ ପୁଅ ଅରବିନ୍ଦ ଗିରି (୩୯) ଗତ ଗୁରୁବାର ସଂଧ୍ୟା ୭ଟା ରେ ଫାସି ହୋଇ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ଗତ କିଛିବର୍ଷ ଧରି ଅରବିନ୍ଦ ଓ ତାର ସ୍ତ୍ରୀ ମାଧୁରୀ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଓ ଅସହଯୋଗ ଲାଗି ରହିଥିଲା । ଗତ କିଛିବର୍ଷ ଧରି ତାର ସ୍ତ୍ରୀ ମାଧୁରୀ ବାପ ଘରେ ୩ ଝିଅଙ୍କୁ ଧରି ରହିଆସୁଥିବା ବେଳେ ଅରବିନ୍ଦ ପାଖରେ ଏକମାତ୍ର ପୁତ୍ର ରହିଆସୁଥିଲା । ଗତ ଗୁରୁବାର ଏ ସଂପର୍କରେ ଫୋନ୍ ଯୋଗେ ତୀବ୍ର ମତାନ୍ତର ଯୋଗୁଁ ଉଭୟେ ଉତ୍ୱକ୍ତ ହୋଇ ଡପିଥିଲେ । ପରେ ଅରବିନ୍ଦ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ୍ ସୂତ୍ରରୁ ଜଣାଯାଇଛି । ଏ ସଂପର୍କରେ ଜଳେଶ୍ୱର ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇତଦନ୍ତ ଚାଲିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା