ପାରୁଲବାଲା ଚନ୍ଦଙ୍କ ବିୟୋଗ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବରିିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦଙ୍କ ମାତା ତଥା ବିଶିଷ୍ଟ ଧର୍ମପରାୟଣା ମହିଳା ପାରୁଲବାଲା ଚନ୍ଦଙ୍କ ବିୟୋଗ ଗତ ୨୦ ତାରିଖ ମଙ୍ଗଳବାର ଦିନ ତାଙ୍କର ବାସଭବନ ନାଚିନ୍ଦା ଠାରେ ହୋଇଯାଇଛି । ଏହି ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କର ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ଶିକ୍ଷାବିତ ତଥା ଦୀନକୃଷ୍ଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା, ସମାଜସେବୀ ତଥା ସ୍ତମ୍ବକାର ସୁଦର୍ଶନ ଦାସ, ସମ୍ବାଦ ଖବର କାଗଜର ଉତର ଓଡିଶା ସଂସ୍କରଣ ମୁଖ୍ୟ ଗୈାତମବୁଦ୍ଧ ଦାସ, ଶରତ ଚନ୍ଦ୍ରପରିଡା, ଅଜିତ କୁମାର ମହାନ୍ତି, ଭୋଗରାଇ ପୂଜ୍ୟ ପୂଜା ପରିଷଦର ସଭାପତି ଭୁବନାନନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପ୍ରଧାନ, ସାମ୍ବାଦିକା କବିତା ବାଳାମାନଧାତା, ଭୂପତି କୁମାର ପରିଡା, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଚନ୍ଦଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଶେଷରେ ସ୍ୱର୍ଗତ ପାରୁଲବାଲାଙ୍କ ମଧ୍ୟମ ପୁତ୍ର ତଥା ସାମ୍ବାଦିକ ଅବନୀଚନ୍ଦ ଧନ୍ୟବାଦ ଅର୍ପନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା