ଭୁବନେଶ୍ୱର (ସମୃଦ୍ଧ ଓଡିଶା )ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପକୁ ନେଇ କୌଣସି କାର୍ଯ୍ୟ ଏହି ସଂପର୍କରେ କରାଯାଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ସଂପୂର୍ଣ୍ଣ ଭୁଲ ଓ ବିଭ୍ରାନ୍ତିକର । ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପାଇଁ ଓ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଯେଉଁଭଳି ଜଳସେଚନ ବ୍ୟବସ୍ଥା ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ଦ୍ୱାରା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ତାହା ରାଜ୍ୟର ଚାଷୀକୂଳ ଏବଂ କୃଷିକ୍ଷେତ୍ର ପାଇଁ ଏକ ନୂତନ ଆଶା ଓ ବିକାଶର ବାର୍ତା ନେଇ ଆସିଛି । ପାର୍ବତୀ ଗିରି ପ୍ରକଳ୍ପର ୪୨ଟି ଅଂଶବିଶେଷ ରହିଛି ଏବଂ ତନ୍ମମଧ୍ୟରୁ ୯ଟି କାର୍ଯ୍ୟକ୍ଷମ ହେଲାଣି । ବାକିଗୁଡିକ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛି ଏବଂ ତ୍ୱରିତ ବେଗରେ ସମଗ୍ର ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଦିଲ୍ଲୀରେ ରହୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାରେ ହେଉଥିବା ଦ୍ରୁତଗତି ସହିତ ଅପରିଚିତ ଏବଂ ଦିଲ୍ଲୀର କୁହୁଡ଼ିରେ ଓଡ଼ିଶାର ବିକାଶ ତାଙ୍କୁ ପ୍ରତୀୟମାନ ହେଉନାହିଁ ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର