ପାଲୁର ହିଲରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ …

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଳତି ପଞ୍ଚାୟତ ଅଧ୍ୟନସ୍ଥ ପାଲୁର ହିଲରେ ୭.୬୫ ଏକର ଜମିରେ ପାଇଁ ୪୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ବିଦ୍ୟାଳୟ ପରିସରରେ ଆୟୋଜିତ ସାଧାରଣରେ ସଭାରେ ଯୋଗ ଦେଇ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଉଦଘାଟନ କରି ବେଶ ଉଲ୍ଲସିତ ହୋଇ ଆପଣମାନେ ଖୁସିତ, ମୁଁ ଭି ବହୁତ ଖୁସି କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହା ସହ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, କୃଷି ଓ ସବୁ କ୍ଷେତ୍ରରେ ଓଡିଶା ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ଓଡ଼ିଶାରେ ହକିର ଭଲ ରୂପେ ଆଯୋଜନ କରାଯାଇ ପାରିଥିବାରୁ  ସାରା ବିଶ୍ୱ କ୍ରୀଡାର ପ୍ରସାର ପାଇଁ ଧନ୍ୟବାଦ ଦେଉଛନ୍ତି । ଓଡ଼ିଶା ଆଜି ରାଜ୍ୟ ମାନଙ୍କ ପାଇଁ ମଡେଲ ଭାବେ ଉଭା ହୋଇଛି।ଓଡିଶା ଆଜି ଶିଳ୍ପ ପାଇଁ ମଧ୍ୟ ମଡେଲ ରାଜ୍ୟ ହୋଇଯାଇଛି । ନିକଟରେ ଓଡ଼ିଶାରେ ଆୟୋଜିତ ମେକଇନ ଓଡିଶା କନକ୍ଳେଭ  ଦ୍ୱାରା ଓଡିଶାକୁ ଚାରି ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କାର ଇନଭେଷ୍ଟମେଣ୍ଟର  ପ୍ରସ୍ତାବ  ଆସିପାରିଛି । ଏଥିରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି ନେବ। ଆମର ଯୁବଶକ୍ତିମାନେ ଏହା ଦ୍ୱାରା ନିଯୁକ୍ତି ପାଇ ଉପକୃତ ହୋଇପାରିବେ । ସିଲକ ଡେଭଲପମେଣ୍ଟ, ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତି କ୍ଷେତ୍ରରେ ବହୁ ସୁଯୋଗ ରହିଛି। ଆପଣମାନେ ଏହାର ଉପଯୋଗ କରନ୍ତୁ ବୋଲି ମତ ଘାଷଣା କରିଥିଲେ। ଅନ୍ୟମାନକଙ୍କ ମଧ୍ୟରେ ଏସ.ସି.ଏସ.ଟି ଉନ୍ନୟନ ବିଭାଗ ସଚିବ ଆର. ରଘୁ ପ୍ରସାଦ ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶାରେ ୬୪୦୦ ଏସ.ଏସ.ଟି ବିଦ୍ୟାଳୟ ଥିବା ବେଳେ, ୬୪୦୦ ରୁ ଉର୍ଦ୍ଧ ହଷ୍ଟେଲରେ  ୬ ଲକ୍ଷ ଛାତ୍ରଛାତ୍ରୀ ରହିଥିବା ସୂଚନା ଦେଇଥିଲେ । ସଂଖ୍ୟାଲଘୁ ପିଲାମାନଙ୍କ ନିମନ୍ତେ ସରକାର ପକ୍ଷରୁ ନୂତନ ଭାବେ ଚାଳିଶି ଗୋଟି ହଷ୍ଟେଲ ନିର୍ମାଣ କରାଯାଉଛି ବୋଲି କହିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା