

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ବର ବ୍ଲକ ଅନ୍ତର୍ଗତ ବାଇଗଣ ବାଡ଼ିଆ ପଞ୍ଚାୟତର ପାଳସାହି ଉନ୍ନୀତ ସରକାରୀ ନୋଡାଲ ଉ.ପ୍ରା ବିଦ୍ୟାଳୟରେ ଅଳ୍ପ ସଂଖ୍ୟକ ବିଦ୍ୟାଳୟ ଗୃହ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ଘଟୁ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଘଟଣାରୁ ଜଣା ପଡିଛି, ଉକ୍ତ ବିଦ୍ୟାଳୟରେ ୮ ଶ୍ରେଣୀରେ ମୋଟ ୨୭୬ ଜଣ ପିଲା ପାଠ ପଢ଼ୁଥିଲା ବେଳେ ଅଳ୍ପ ସଂଖ୍ୟକ ଗୃହ ଥିବାରୁ ସେଠାରେ ଛାତ୍ରଛାତ୍ରୀ ବସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ପ୍ରଧାନ ଶିକ୍ଷକ ନ ଥିବାରୁ ଜଣେ ସହକାରୀ ଶିକ୍ଷକରେ ଚଳୁଛି ପ୍ରଧାନ ଶିକ୍ଷକ ଦାୟିତ୍ୱ, ଯାହାକି ପ୍ରଧାନ ଶିକ୍ଷକ ଥିବା ଶିକ୍ଷକ ଜଣକ ବହୁ ସମୟରେ ଅଫିସ କାର୍ଯ୍ୟ ଓ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଜଣା ପଡିଛି । ତେଣୁ ପାଠ ପଢ଼ାରେ ବ୍ୟାଘାତ ଘଟୁଥିବାରୁ ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ ତଥା ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ ତୁରନ୍ତ ଏକ କୋଠାଘର ନିର୍ମାଣ ଓ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା