ପାଳସାହି ସ୍କୁଲରେ ଜୀବନବିନ୍ଦୁର ରକ୍ତଦାନ ଶିବିର : ୧୨୧ୟୁନିଟ୍ ସଂଗୃହୀତ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଇଗଣବାଡିଆ ପଞ୍ଚାୟତର ପାଳସାହି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଆନୁକୂଲ୍ୟରେ ଆଜି ୧୨୧ଜଣ ମହିଳା ଓ ପୁରୁଷ ତାଙ୍କ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୋ ପରିବାରର ଜିଲା ସଂଯୋଜକ ସାହିରୂଲ ହକ୍ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସଭାପତି ମଧୁସୂଦନ ସେନାପତି ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ସାଗର ଦାସ, ସନ୍ୟାସୀ ମାଝୀ, ସୃଷ୍ଟିଧର ଜେନା, ଉପେନ୍ଦ୍ର ଜେନା, ରବିନ୍ଦ୍ର ଗିରି, ଜୟକୃଷ୍ଣ ଗିରି, ଦେବାଶିଷ ଗିରି, ସ୍ୱଦେଶୀ ପ୍ରଧାନ, ସଂଜୟ ଗିରି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସରପଞ୍ଚ ସୁଜାତା ଗିରି ଓ ବରେନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । ଜିଲାରେ ୮୫୦ ୟୁନିଟଥ ରକ୍ତ ଥାଲାସେମିଆ ରୋଗୀଙ୍କ ପାଇଁ ଲାଗୁଥିବା ବେଳେ ୨ହଜାର ୟୁନିଟ୍ ପ୍ରତିମାସରେ ଦୁର୍ଘଟଣା ଜନିତ ଓ ପ୍ରସୂତୀଙ୍କ ପାଇଁ ମୋଟ ରକ୍ତ ଆବଶ୍ୟକ ହୋଇଥାଏ ବୋଲି ଉଦ୍‌ଘାଟନୀ ସଭାରେ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମକୁ ବାଲେଶ୍ୱର ବ୍ଲକଡ ବ୍ୟାଙ୍କ ଡାକ୍ତର ମହେଶ କୁମାର ବିଶ୍ୱାଳ, ଷଯକ୍‌ସିଆନ୍ ଦେବାଶିଷ ଦତ୍ତ, ଅକ୍ଷୟ ଜେନା, ସ୍ୱାତି ସୁଚରିତା ରାଜ, ବିନୋଦ ବିହାରୀ ଦାସ, ଅଜୟ ମହାପାତ୍ର ପ୍ରମୁଖ ରକ୍ତଦାତାଙ୍କୁ ପରୀକ୍ଷା ନିରୀକ୍ଷା ଓ ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା