

ରାୟଗଡା (ସମୃଦ୍ଧ ଓଡିଶା) ରାଜ୍ୟରେ ଗତ ୨ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ଏହି ଲଗାଣ ବର୍ଷା ଯୋଗୁଁ ଗୁଣପୁର ଅଞ୍ଚଳରେ ପାହାଡ଼ରୁ ବିଶାଳ ପଥର ଖଣ୍ଡ ଖସି ରାସ୍ତା ମଝିରେ ପଡ଼ିଛି । ସୂଚନା ଅନୁସାରେ ଗତ ୨ଦିନ ଧରି ଗୁଣୁପୁରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଯାଇଛି । ତେବେ ଏହି ସମୟରେ ଗୁଣୁପୁର ଅଞ୍ଚଳରେ ପାହାଡରୁ ମାଟି ଅତଡ଼ା ଧସି ଏକ ବିରାଟ କାୟ ପଥର ଖଣ୍ଡ ରାସ୍ତା ଉପର ପଡ଼ିଛି । ଫଳରେ ପୁଟାସିଂ ପଞ୍ଚାୟତର ରେଜିଂତାଲ୍ ରାସ୍ତାରେ ପଥର ପଡିଯିବାରୁ ଗାଁ ଲୋକେ ଯାତାୟତ କରିପାରୁନାହାନ୍ତି । ଅନ୍ୟପଟେ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଥିବା ଜଣାଯାଇଛି, ଫଳରେ ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ରହିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ