ପିଚୁକୋଳି ବଣିକ ସଂଘପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବ

ବୋଲଗଡ,୨୧।୭(ସମୃଦ୍ଧଓଡିଶା)ବୋଲଗଡ ବ୍ଳକ ପିଚୁକୁଳି ବଣିକ ସଂଘ ପକ୍ଷରୁ ରବିବାର ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଧା ୟକଙ୍କୁ ବ୍ୟାଙ୍କ ଛକ ଠାରୁ ଏକ ବିରାଟ ପଟୁଆରରେ ମନ୍ଦିର ପରିସରକୁ ନିଆଯାଉଥିଲା। ଏହି ଅବସରରେ ଆୟୋଜିତ ସଭାରେ ବଜାର ସଭାପତି ପବିତ୍ର ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ବିଜେଡ଼ି ଜିଲା ଉପସଭାପତି ତଥା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ, ସରପଞ୍ଚ ଜୟନ୍ତୀ ପ୍ରଧାନ, ସମିତିସଭ୍ୟ ସଞ୍ଜୟ କୁମାର ଗୁମାନସିଂହ ମଞ୍ଚାସିନ ଥିଲେ । ବିଧ୍ୟାୟକ ଲୋକ ମାନଙ୍କୁ ସହିତ ରହି ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ରହିଥିବା ଆମ ଅଞ୍ଚଳ ଗର୍ବ କହିବା ସହ ବିଧାୟକ ଙ୍କ କାର୍ଯ୍ୟଶୈଳୀ ଉଚ୍ଚକୋଟୀର ବୋଲି ଶ୍ରୀ ପ୍ରଧାନ କହିଥିଲେ। ବଜାର ପକ୍ଷରୁ ସମ୍ପାଦକ ଚିତ୍ତରଞ୍ଜନ ସାମନ୍ତ, କୋଷଧ୍ୟାକ୍ଷ ପବିତ୍ର ଚୌଧୁରୀ, ଉପସଭାପତି ବବୀନା ଖାଡଙ୍ଗା ଓ ପୂର୍ବତନ ସଭାପତି ଅରୁଣ ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଞ୍ଚାୟତ ବିଜେଡ଼ି କମିଟି ସଭ୍ୟ ଗୋପାଳ କୃଷ୍ଣ ଫତେସିଂହ, ପୁର୍ବତନ ସରପଞ୍ଚ ଦିଲ୍ଲୀପ ପାଇକରାୟ, ରତିକାନ୍ତ ରାଉତରାୟ,ଆଲୋକ ପାହାଡ଼ସିଂହ, ପ୍ରକାଶ ବରାଡଙ୍କ ସହ ଶତାଧିକ ବଣିକ ସଂଘର ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ ପରିଶେଷରେ ସରପଞ୍ଚ ଶ୍ରୀମତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର