ଆସିକା (ସମୃଦ୍ଧ ଓଡିଶା) ଆସିକା ଥାନା ଅନ୍ତର୍ଗତ ପିତଳ ଗାଁରେ ମହିଳାମାନେ ମଦ ବିରୋଧୀ ଅଭିଯାନରେ ମାତି ସରକାରୀ ଦେଶୀ ମଦ ଭାଟିକୁ ଜାଳି ପୋଡି ଦେଇଛନ୍ତି । ଶେରଗଡ଼ ବ୍ଳକର ପିତଳ ଏକ ଜଣା ଶୁଣା ଗ୍ରାମ ସେହି ଗାଁର ଲୋକ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଅତିରିକ୍ତ ସଚିବ ହୋଇଥିଲେ। ସେହି ଗାଁରେ ଏବେ ମଦ ବିକ୍ରି ହେଉଥିବା ବିଷୟ ଜାଣିବା ପରେ ରାଜ୍ୟର କୋଣେ ଅନୁକୋଣେ ଉଦବେଗ ପ୍ରକାଶ ପାଇଛି । ପିତଳ ଗାଁର ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନେ ଯିବାଆସିବା କରୁଥିବା ବେଳେ ଗାଁ ଝିଅ ବୋହୁ ମହିଳାମାନେ ସେହି ରାସ୍ତାରେ ଯାତାୟାତ କରୁଛନ୍ତି ହେଲେ ଏଠାରେ ଏକ ଦେଶୀ ମଦ ଦୋକାନ ଥିବାରୁ ଏହାକୁ ଗାଁ ଲୋକେ ବିରୋଧ କରି ଆସୁଥିଲେ ଅସମ୍ଭାଳ ହେବାରୁ ଗତ ସକାଳେ ସେହି ମଦ ଦୋକାନକୁ ଅସନ୍ତୋଷ ଜନସାଧାରଣ ଓ ମହିଳାମାନେ ମିଶି ମଦ ଭାଟିକୁ ଭାଙ୍ଗି ଜାଳି ପୋଡି ଦେଇଛନ୍ତି । ଏଭଳି ନିଆଁ ଲଗାଇଲେଯେ ଅଗ୍ନିଶମ ବିଭାଗ ସକ୍ରିୟ ହେବାକୁ ପଡିଲା ସେମାନେ ଆସି ନିଆଁକୁ ଲିଭାଇ ଥିଲେ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ସୁଦ୍ଧା ଉତ୍ୟକ୍ତ ଜନସାଧାରଣ ବୁଝି ନ ଥିଲେ। ସନ୍ଧ୍ୟା ସୁଦ୍ଧା ଗାଁ ରେ ଉତେଜନା ଲାଗି ରହିଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା