

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ପିପୁଲସ କଲେଜ ପରିସର ଠାରେ ଦକ୍ଷିଣ ଓଡିଶା ଇତିହାସ ସମାଜର ତୃତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଭାଇସ ଚାନ୍ସଲ, ଭୁବନେଶ୍ୱର, ଦକ୍ଷିଣ ଓଡ଼ିଶାର ବିଭିନ୍ନ କଲେଜର ଇତିହାସ ବିଭାଗର ଲେକଚର ଓ ବହୁ ବୁଦ୍ଧିଜୀବୀ, ବିଭିନ୍ନ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
