

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କିଛି ଦିନ ହେଲା ପିପୁଲ ଫର ଦା ପବ୍ଲିକ ପକ୍ଷରୁ ନିରାଶ୍ରୟାମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ସହରର ବିଭିନ୍ନ ଗଳି କନ୍ଦି ବୁଲି ପ୍ରଦାନ କରାଯାଉଛି । ଏଭଳି କାର୍ଯ୍ୟ ଚାଲିଥିବା ସମୟରେ କିଛି ସଦସ୍ୟ ମାନେ ଗୋଟିଏ ବୃଦ୍ଧା ମହିଳା ଓ ତାରି ଗୋଟିଏ ବିକଳାଙ୍ଗ ଝିଅକୁ ନେଇ ଅତି ଦୟନୀୟ ଅବସ୍ଥାରେ ଇଞ୍ଜିନିଅର କଲେଜ ଛକ ନିକଟରେ ରାସ୍ତା କଡରେ ପଡି ରହିଥିବା ଦେଖିବା ପରେ ସଙ୍ଗେ ସଙ୍ଗେ ଶୀତ ବସ୍ତ୍ର ଦେଇ ଅନୁଷ୍ଠାନର ସଭାପତି ଓ ସମ୍ପାଦକଙ୍କୁ ଜଣାଇ ଥିଲେ । ଏହାପରେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ୫ଟି ପର୍ଯ୍ୟନ୍ତ ଟ୍ବିଟ୍ ସହ ୱାଟସଅପ ମାଧ୍ୟମରେ ଫୋଟ ଓ ଅଭିଯୋଗ ମେସେଜ ପଠାଯାଇଥିଲା । ଅଭିଯୋଗ ଅନୁଯାୟୀ ଆସିଣ୍ଟାଟ କଲେକ୍ଟର ବିନୋଦ ବେହେରା ସେଠାରେ ପହଂଚି ସେଠାରେ ଥିବା ପିପୁଲ ଫର ଦି ପବ୍ଲିକ୍ ର ଅଞ୍ଜଳି ମହାନ୍ତି ଓ ସମ୍ପାଦକ ସତୀଶ୍ ପାଣିଗ୍ରାହୀଙ୍କ ସହିତ ଆଲୋଚନା କରୁଥିବା ବେଳେ ମହାନଗର ନିଗମର କିଛି କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ । ଏହାପରେ ସେହି ମହିଳାକୁ ସେଠାରୁ ପିପୁଲ ଫର ଦି ପବ୍ଲିକ୍ ର ସହାୟତାରେ ବ୍ରହ୍ମପୁର ମହାନଗର ନିଗମର ନଗର ସେବା ମଣ୍ଡପକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସମୟରେ ସଂଗଠନର ସଭାପତି ସୁବ୍ରତ ସାହୁ, ସମ୍ପାଦକ ସତିଶ ପାଣିଗ୍ରାହୀ, ହେମାଙ୍ଗ ପ୍ରସାଦ ରାଉଳ, ଅଞ୍ଜଳି ମହାନ୍ତି, ଦିନେଶ ପଟ୍ଟନାୟକ, ଅସିତ ପଣ୍ଡା ଓ ଅନୁଷ୍ଠାନର ଅନେକ ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
