

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବହୁ ଆଶାୟୀ ବିଧାୟକ ପ୍ରାର୍ଥୀ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ସେମାନଙ୍କ ବାୟୋଡ଼ାଟା ଏଆଇସିସି ସଦସ୍ୟଙ୍କ ନିକଟରେ କିଛି ଦିନ ତଳେ ଦାଖଲ କରିଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀରେ ଆବଶ୍ୟକରୁ ଅଧିକ ଅନାମଧେୟ ପ୍ରାର୍ଥୀ ମଧ୍ୟ ସେମାନଙ୍କ ବାୟେଡାଟା ଦାଖଲ କରିଛନ୍ତି । ଏପରି ପରିସ୍ଥିତିରେ ଗଞ୍ଜାମ ଓକିଲ ସଂଘର ସଭାପତି ତଥା ଚିକିଟି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବା ମୋହନ ସିଂହାରୀ ତାଙ୍କ ସମର୍ଥକଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଭେଟି ଚିକିଟି ନିର୍ବାଚନମଣ୍ଡଳୀରେ ଯଦି ତାଙ୍କୁ ପ୍ରାର୍ଥୀ କରାଯାଏ, ତେବେ ସେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ଦୀର୍ଘବର୍ଷ ଧରି ସେ ଏବଂ ତାଙ୍କ ପରିବାର କଂଗ୍ରେସ ଦଳରେ ରହିଥିବାବେଳେ ଚିକିଟି ନିର୍ବାଚନ ମଣ୍ଡଳୀ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପାଇଁ ଯେତେ ଆବେଦନକାରୀ ଅଛନ୍ତି ସମସ୍ତଙ୍କ ଠାରୁ ମୋହନଙ୍କ ଦବଦବା ଏହି ଅଞ୍ଚଳର ଅଧିକ ଥିବା ମଧ୍ୟ ସେ ଜଣାଇଛନ୍ତି । ମୋହନ ସିଂହାରୀ ଆଇନ କ୍ଷେତ୍ରରେ ବେଶ ଚର୍ଚ୍ଚିତ ଚେହେରା ଥିବାବେଳେ ରାଜନୀତି କ୍ଷେତ୍ରରେ ବେଶ ତାଙ୍କର ଅଭିଜ୍ଞତା ରହିଛି ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
