ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସିଟି ହସ୍ପିଟାଲ ଯାଇ ତତଲା ତୈଳରେ ପଡି ପୋଡି ହୋଇ ଚିକିତ୍ସିତ ହେଉଥିବା ଶିବ ଶଙ୍କର ମିଶ୍ରଙ୍କୁ ଦେଖା କରି ତାଙ୍କୁ ସମ୍ପୂର୍ଣ ଭାବେ ଭୟ ମୁକ୍ତ କରାଇ ସମ୍ପୂର୍ଣ ସୁସ୍ଥ ହେବାର ଦାଇତ୍ୱ ମୁଖ୍ୟମନ୍ତ୍ରୀ ଓ ସିଏ ନିଜେ ନେଲେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାସହ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପ୍ଲାଷ୍ଟିକ ସର୍ଜରି କରାଇବାକୁ ମଧ୍ୟ କହିଛନ୍ତି । ସୂଚନା ଅନୁଯାଇ ପ୍ଲାଷ୍ଟିକ ସର୍ଜରୀ ଡିସେମ୍ବର ୨୪ରେ କରାଯିବ । ଏହାସହ କବିସୂର୍ଯ୍ୟ ନଗରର ସେଠାରେ ରହିଥିବା ଅନ୍ୟ ରୋଗୀମାନେ ତାଙ୍କର ସେବା କରୁଥିବା ଜଣାପଡିଛି । ଏହାସହ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସଞ୍ଜିତ ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ପଣ୍ଡା, ଆର୍ ମୁରଳି ମୋହନ, ତୁମ୍ବନାଥ ପଣ୍ଡା, ମୁକୁନ୍ଦ ଗୌଡ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଗିରିଜା ଶଙ୍କର ଶତପଥୀ, ସ୍ଵିଟି ସାହୁ, ସୁରେଶ ତ୍ରିପାଠୀ, ସୁଧା ସ୍ଵାମୀଙ୍କ ସହ ସମସ୍ତେ ତାଙ୍କର ଆରୋଗ୍ୟ କାମନା କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା